ସ୍ପେଶାଲ

ଆଜି ସାରା ଦେଶ ପାଳୁଛି ବିଶ୍ୱ ପିତୃ ଦିବସ, ଈଶ୍ୱରଙ୍କ ସାକ୍ଷାତ ସ୍ୱରୂପ ‘ପିତା’

ଦୁନିଆରେ ସଭିଁଙ୍କର ବଡ଼ ପରିଚୟ ହେଉଛି ବାପା । କଥାରେ ଅଛି ବାପା ଥିଲେ ପୁଅ ସଭାରେ ହାରେନା । ବାପା ହେଉଛନ୍ତି ଦୁନିଆର ବଡ଼ଶକ୍ତି । ସେ ଶକ୍ତି ଆଗରେ ପରମାଣୁ ବୋମା ଆଉ ଅଦୃଶ୍ୟ ଭୂତାଣୁ ବି ତୁଚ୍ଛ । ସେ ଆମ ପାଇଁ ଭଗବାନ ସେ ଆମ ପାଇଁ ପ୍ରେରଣାର ଉ୍‌ତ୍ସ । ସବୁକିଛି ସେ ଶିଖାନ୍ତି ଓ ଆମକୁ ଆଗକୁ ଯିବାକୁ ବାଟ ବି ଦେଖାନ୍ତି । ସମୁଦ୍ର ଠାରୁ ବିଶାଳ ତାଙ୍କ ହୃଦୟ ପୁଣି ଆକାଶ ଠାରୁ ଅଧିକ ଭଲ ପାଇବା ଦିଅନ୍ତି ସେ । ସେ ଥିଲେ ସବୁ ଅଛି । ଲାଗେ ଯେମିତି ଏ ଦୁନିଆର ତମେ ରାଜା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ପରିଚୟରେ ଆମକୁ ସମାଜ ଚିହ୍ନେ । ଆମେ ଯେତେବଡ଼ ଲୋକ ଓ ଯେତେବଡ଼ ପଦବୀରେ ଥିଲେ ମଧ୍ୟ ଲୋକେ କହନ୍ତି ସେ ପା ଅମକର ପୁଅ ଓ ଝିଅ । ତାଙ୍କ ସଂସ୍କାର, ଦାୟିତ୍ୱ ସମ୍ପନ୍ନ , କତ୍ତବ୍ୟ , ସ୍ନେହ .ଭଲପାଇବା , ଆର୍ଶୀବାଦ ସବୁବେଳେ ନିସ୍ୱାର୍ଥ ପର ଭାବେ ଥାଏ ସନ୍ତାନ ଉପରେ । ସବୁବେଳେ ସେ ଚାହାନ୍ତି ତାଙ୍କ ସନ୍ତାନ ବହୁତ ଆଗକୁ ଯାଉ ଭଲରେ ରହୁ, ସୁସ୍ଥ ଜୀବନ କଟାଉ ଏମିତି କେତେ କଣ ।

ନିଜେ ଦୁଃଖରେ ରହି ସେ ସନ୍ତାନକୁ ଖୁସିରେ ରଖିବାକୁ ଚାହାନ୍ତି । ବାପାଙ୍କ ତ୍ୟାଗଭରା ଭଲପାଇବା ଯୋଗୁଁ ଆଜି ସମାଜରେ ଅନେକ ପ୍ରତିଷ୍ଠିତ ହୋଇପାରିଛନ୍ତି । ନିଜେ ନଖାଇ , ନପିିଇ ଆମକୁ ପେଟପୁରା ଖାଇବାକୁ ଦେବା ସହ ପରଦିନ କଣ ଖାଇବା ଦରକାର ସନ୍ତାନର ତାହା ସେ ଯୋଗାଡ଼ କରି ରଖିଥାନ୍ତି । ସବୁ ଭୟ , ସବୁ ବିପଦକୁ ଖାତିର ନକରି ସେ ଆମକୁ ସୁରକ୍ଷା ଦିଅନ୍ତି । ବାପା ଥିଲେ ଏ ଦୁନିଆର ସବୁକିଛି ପାଇବା ବହୁତ ସହଜ । ସେକଥା ବି ସେ କରିଦେଖାନ୍ତି ନିଜ ସ୍ତରରେ । ସନ୍ତାନର ସୁଖ ପାଇଁ ଯେ ବର୍ଷବର୍ଷ ଧରି ଦୁଃଖରେ ରହିପାରେ ସେ ବାପା । ସବୁଠାରୁ ବଡ଼ ଦୁନିଆରେ କେମିତି ବଞ୍ଚି ହେବ ସେ କଥା ସେ ପ୍ରତି ସମୟରେ କହନ୍ତି । ଦାୟିତ୍ୱବାନ ହେବା, ଭଲ ମଣିଷ ହେବା, ସମାଜ ଓ ପରିବାର ପ୍ରତି କତ୍ତବ୍ୟ କଣ ହେବା ଦରକାର ସେସବୁ କଥା ବି ବାପା କାନେ କାନେ କହୁନ୍ତି । ବାପା ହେଉଛନ୍ତି ଦୁନିଆର ଶ୍ରେଷ୍ଠ ବନ୍ଧୁ ବି ? ଯାହାଙ୍କ ସହ ପ୍ରତ୍ୟେକ ସନ୍ତାନ ନିଜ ମନ କଥା , ନିଜ ଆବଶ୍ୟକତା, ନିଜ ବୀରପଣ, ନିଜ ଭୟ,ଦୁର୍ବଳତା ସବୁ କିଛି ନିସନ୍ଦେହରେ କହିବା ସହ ବହୂତ କିଛି ଶିଖିଥାଏ ବାପାଙ୍କଠୁ । ସବୁବେଳେ ବାପାଙ୍କ ମନ ଥାଏ ସନ୍ତାନଙ୍କ ପାଖରେ । ପ୍ରତି ମିନିଟରେ ତାଙ୍କୁ ଘାରେ ସନ୍ତାନର ଚିନ୍ତା ।

ଆଜି ପୁରା ବିଶ୍ୱ ପାଳୁୂଛି ‘ପିତୃଦିବସ ବା ଫାଦର ଡ଼େ’ । ସୋସିଆଲ ମିଡ଼ିଆରେ ବାପାଙ୍କ ଫୋଟ ସହ ସନ୍ତାନଙ୍କ ଫଟୋ ଛାଇଁ ହୋଇଯାଉଛି । ବାପାଙ୍କ ପ୍ରତି ଭଲ ପାଇବା ବି ଏଥିରେ ଜଳଜଳ କରି ଦିଶୁଛି । ତାହା ହେବା ବି ଦରକାର । ମାତ୍ର ସବୁ ବାପାଙ୍କ ଭାଗ୍ୟରେ ଏସବୁ ନଥାଏ। କିଛି ହତଭାଗ୍ୟ ବାପା ବାରଦୁଆର ହୋଇ ପର ହାତଟେକାକୁ ଚାହିଁ ବଞ୍ଚୁଥିବା ବେଳେ କିଛି ଜରାଶ୍ରମରେ ଗୁମୁରି ଗୁମୁରି କାନ୍ଦୁଛନ୍ତି। ବଡ଼ କଥା ହେଉଛି ମହାନ ଭାରତୀୟ ସଂସ୍କୃତିରେ ବାପାଙ୍କୁ ଜୀବନ୍ତ ଠାକୁରଙ୍କ ସହ ତୁଳନା କରାଯାଉଥିବା ବେଳେ ଆଜି ସେହି ପବିତ୍ର ମାଟି‌ରେ ବୁଢ଼ା ବାପାମାନେ ସେମାନଙ୍କ ସନ୍ତାନସନ୍ତତିଙ୍କ ଦ୍ବାରା ଅଲୋଡ଼ା ଓ ପରିତ୍ୟକ୍ତ। ଆଜି ଅନେକ ବାପା ନିର୍ଯ୍ୟାଚିତ ହୋଇ ମଧ୍ୟ ସନ୍ତାନଙ୍କୁ ଅଜଶ୍ର ଭଲ ପାଇବା ଦେଉଛନ୍ତି । ଆଜି ଅନେକ ବାପା ଦି-ଓଳି ଖାଇବାକୁ ବି ପାଉନାହାନ୍ତି , ହେଲେ ସନ୍ତାନ କିନ୍ତୁ ବିଦେଶୀ ଖାଦ୍ୟ ହୋଟେଲରୁ ମଗାଇ ଖାଉଛି । ଆଜି ଅନେକ ବାପା ଜୀବନର ଶେଷ ସମୟ ଅର୍ଥାତ ରୋଗଶର୍ଯ୍ୟାରେ ପଡ଼ି ସନ୍ତାନକୁ ଦେଖିବାକୁ ଚାହୁଛିି , ହେଲେ ସେଥିରୁ ବି ବଞ୍ଚିତ ହେଉଛିନ୍ତି । ଦୁନିଆରେ ସବୁଥାଇ ବି ଆଜି ଅନେକ ବାପା ଶେଷ ସମୟରେ ପୁଅର ସ୍ନେହ , ଭଲପାଇବା ତ ପାଉନାହିଁ, ହେଲେ ଜୀବନ ଗଲା ବେଳକୁ ଶେଷ ପାଣିଟୋପ ବି ଚାହିଁଚାହିଁ ଜୀବନ ଚାଲିଯାଉଛି । ଏମିତିକି ଅନେକ ବାପା ଶେଷ କାନ୍ଧ ବି ପାଉନାହାନ୍ତି । ଯାହାଙ୍କ ପାଇଁ ସବୁ ସଫଳତା ମିଳିଛି, ଦୁନିଆର ସବୁକିଛି ମିଳିଛି ତାକୁ କାହିକିଁ କିଛି ଟା ଦେବା ପାଇଁ ଆମେ ଏତେ କୁଣ୍ଠାବୋଧ । ପରିସ୍ଥିତି ଯାହା ଥାଉ ନା କାହାକିଁ ଆମେ ଆମ ବାପାଙ୍କ ପରି ହେବା । ସେ ଯେମିତି ଆମକୁ ନିସ୍ୱାର୍ଥପର ଭାବେ ଭଲ ପାଆନ୍ତି ଆମେ ବି ତାଙ୍କୁ ସେଭଳି ଭଲ ପାଇବା । ତାହାଲେ ଏ ପିତୃ ଦିବସ ଆହୁରୀ ସୁନ୍ଦର ହେବ । ସେଥିପାଇଁ ତ ସବୁ ବାପା ନିଜର ସନ୍ତାନଙ୍କୁ କହନ୍ତି ତୁ ବାପା ହୋ, ତା ପରେ ଜାଣିବୁ ବାପା ଶଦ୍ଦର ବିଶାଳତା ।

ଇତିହାସ ପୃଷ୍ଠାକୁ ଦେଖିବାକୁ ଗଲେ ସର୍ବପ୍ରଥମେ ‘ଫାଦର୍ସ ଡ଼େ’ ଜୁନ ୧୯ ତାରିଖ ୧୯୧୦ ମସିହାରେ ୱାଶିଙ୍ଗଟନରେ ପାଳନ କରାଯାଇଥିଲା। ମାତ୍ର ୧୯୭୨ ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା। ଯାହା ଦ୍ୱାରା ପିତାଙ୍କୁ ସମ୍ମାନ ଦେବା ପାଇଁ ୟୁନାଇଟେଡ଼ ଷ୍ଟେଟ୍ସରେ ଏହ ଦିନଟିକୁ ଛୁଟିର ଦିନ ଭାବେ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ଭାରତରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତାରେ ପାଳିତ ଏହ ଦିନଟିର ଧୀରେଧୀରେ ଏହାର ପ୍ରଚାର ଓ ପ୍ରସାର ହେବାକୁଲାଗିଲା । ପିତାଙ୍କୁ ସମ୍ମାନ ଦେବା ପାଇଁ ତଥା ପିତାଙ୍କ ଉଦ୍ଦେଶ୍ୟରେ ଏବେ ସବୁଠି ପିତୃଦିବସ ପାଳନ କରାଯାଉଅଛି।

Barsha

Recent Posts

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ପାଟନା ହସ୍ପିଟାଲରେ ଭର୍ତ୍ତି

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା । ଆଜି ସକାଳେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପାଟନାର…

4 mins ago

୧୮ ରୁ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ, ପ୍ରଥମ ଦିନରୁ ମଧ୍ୟାହ୍ନ ଭୋଜନ ଦିଆଯିବା ନେଇ ନିର୍ଦ୍ଦେଶ

ଭୁବନେଶ୍ବର: ଆସନ୍ତା ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ। ପ୍ରଥମ ଦିନରୁ ହିଁ ଓଡ଼ିଶାର ସବୁ ବିଦ୍ୟାଳୟରେ ମଧ୍ୟାହ୍ନ…

7 mins ago

ନିଆଁ ଉଜାଡ଼ି ଦେଲା ଦୁଇଟି ପରିବାରର ଖୁସି, ବାପା ଛେଉଣ୍ଡ ହୋଇଗଲେ ଦୁଇ ପିଲା

ଗଞ୍ଜାମ: କାନ୍ଦ ବୋବାଳିରେ ଫାଟିପଡ଼ୁଛି ପୂରା ଗାଁ । କାହାରି ଆଖିରୁ ଶୁଖୁନି ଲୁହ । କୁନି କୁନି ପିଲା…

14 mins ago

୨୧ ଜୁନରେ ଲଞ୍ଚ ହେବାକୁ ଯାଉଛି Infinix Note 40 5G, 120W ଫାଷ୍ଟ ଚାର୍ଜିଂ ସହ ମିଳିବ 108MP କ୍ୟାମେରା

ସ୍ମାର୍ଟଫୋନ୍ କମ୍ପାନୀଗୁଡିକ ପାଇଁ ଭାରତ ଏକ ବଡ ବଜାର । ବର୍ଷର ବାର ମାସ, କମ୍ପାନୀମାନେ ସେମାନଙ୍କ ଫ୍ୟାନ୍ସ ଏବଂ…

19 mins ago

BECIL ରେ ୨୩୧ ପଦବୀ ଖାଲି, ରିଟାୟର୍ଡ କର୍ମଚାରୀ ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । BECIL ରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି…

23 mins ago

ମାଟି ଖୋଳିବା ବେଳେ ଅଘଟଣ, ଚାପିହୋଇ ୩ ମହିଳାଙ୍କ ମୃତ୍ୟୁ

କୋରାପୁଟ : ମାଟି ଖୋଳିବା ବେଳେ ଅଘଟଣ । ମାଟି ତଳେ ଚାପିହୋଇ ୩ ମହିଳାଙ୍କ ମୃତ୍ୟୁ । ଘଟଣାସ୍ଥଳରୁ…

27 mins ago