Categories: ସ୍ପେଶାଲ

ଯୁବକଙ୍କ ଅଦ୍ଭୁତ ନିଶା, ଅଜଣା ଲୋକଙ୍କ ସହ ବନ୍ଧୁତ୍ୱ କରିବା ପାଇଁ ଚାଡିଛନ୍ତି ଚାକିରି

ସାଧାରଣତଃ ଲୋକମାନେ ଅଜଣା ଲୋକଙ୍କ ସହିତ କଥାବାର୍ତ୍ତା ହେବାକୁ ମନରେ କୁଣ୍ଠାବୋଧ କରିଥାନ୍ତି। ବନ୍ଧୁତ୍ୱ କରିବା ତ ଦୂରର କଥା। କିନ୍ତୁ ଆମେରିକାରେ ଫିଲାଡେଫ୍ଲିଆରେ ଏପରି ଜଣେ ଯୁବକ ରହିଛନ୍ତି, ଯାହାଙ୍କର ଅଦ୍ଭୁତ ନିଶା ରହିଛି। ଯୁବକ ଜଣକ ମାତ୍ର ଚାରିବର୍ଷରେ ୨୮୦୦ ଅଜଣା ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିସାରିଛନ୍ତି। ଏହା ପଛରେ ହୃଦୟକୁ ଛୁଇଁଲା ଭଳି କାହାଣୀ ମଧ୍ୟ ରହିଛି।

ଏଠାରେ ରହୁଥିବା ୨୮ ବର୍ଷୀୟ ରୋବ ଲୋସେସ ଅଜଣା ଲୋକଙ୍କ ସହିତ ମିଶିବା ଏବଂ ବନ୍ଧୁତ୍ୱ କରିବା ପାଇଁ ୨୦୧୫ରୁ ଆରମ୍ଭ କରିଛନ୍ତି। ତାଙ୍କର ଲକ୍ଷ ଥିଲା ସେ ୧୦ ହଜାର ଲୋଙ୍କ ସହିତ ବନ୍ଧୁତା କରିବେ। ରୋବ ଏକ ବଡ କମ୍ପାନୀରେ ଚାକିରି ପାଇଥିଲେ। ସବୁବେଳେ ନୂଆ ନୂଆ ଲୋକଙ୍କ ସହିତ ଜଣାଶୁଣା ହେବା ତାଙ୍କର ନିଶା ରହିଥିଲା। କିନ୍ତୁ କମ୍ପାନୀରେ ଚାକିରି କରିବା ପରେ ଏହି ଅଭ୍ୟାସ ତାଙ୍କର ବଦଳିଗଲା। ଏଥିରୁ ବିରକ୍ତି ହୋଇ ୨୦୧୬ରେ ଚାକିରି ଛାଡି ଅଜଣା ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିବା, କଥା ହେବା, ବନ୍ଧୁତ୍ୱ କରିବା ଇତ୍ୟାଦି କାମ କରିବାକୁ ଲାଗିଲେ।

ଏହାସହ ପଢ଼ନ୍ତୁ ; ଏପରି ଏକ କମ୍ପାନୀ, ଯେଉଁଠି ନିଜେ କର୍ମଚାରୀ ଚୟନ କରନ୍ତି ନିଜର ବେତନ, ଇଚ୍ଛା ଅନୁଯାୟୀ ବୃଦ୍ଧି କରନ୍ତି ଦରମା

ପ୍ରତିଦିନ ସକାଳୁ ରୋବ ଜିମ୍‌ ଯିବା ପରେ ଅତି କମ୍‌ରେ ଚାରି ଜଣ ଅଜଣା ଲୋକଙ୍କ ସହିତ କଥା ହେଉଥିଲେ। ଜଣେ ଅଜଣାକୁ ସେ ଅତିକମ୍‌ରେ ଏକ ଘଣ୍ଟା ସମୟ ଦେଉଥିଲେ ଏବଂ ନିଜ ବିଷୟରେ କହୁଥିଲେ ଓ ତାଙ୍କ ବିଷୟରେ ଜାଣୁଥିଲେ।

ଅଜଣା ଲୋକଙ୍କ ସହିତ ବନ୍ଧୁତ୍ୱ କରିବା ପଛରେ ଆଉ ମଧ୍ୟ ଏକ କାରଣ ରହିଛି, ଆଜିକାଲି ଆମେ ସୋସିଆଲ ମିଡିଆ ଭଳି ଟେକନୋଲଜିର ବ୍ୟବହାର କରିବାରେ ଏତେ ମାତ୍ରାରେ ଅଭ୍ୟସ୍ତ ହୋଇଗଲୁଣି ଯେ, ଲୋକଙ୍କ ସହିତ ସାମ୍ନାରେ କଥା ହେବା ମଧ୍ୟ ଭୁଲିଯାଉଛି। ଆମର ମାନବୀୟ ସଂପର୍କ ଧୀରେ ଧୀରେ କମ୍‌ ହେବାରେ ଲାଗିଛି। ଏହି କାରଣ ଯୋଗୁଁ ରୋବ ଏଭଳି କରିବା ଆରମ୍ଭ କରିଛନ୍ତି।

Swagatika

Recent Posts

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

9 mins ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

24 mins ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

57 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

1 hour ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

2 hours ago