ଯୁବକଙ୍କ ଅଦ୍ଭୁତ ନିଶା, ଅଜଣା ଲୋକଙ୍କ ସହ ବନ୍ଧୁତ୍ୱ କରିବା ପାଇଁ ଚାଡିଛନ୍ତି ଚାକିରି
ସାଧାରଣତଃ ଲୋକମାନେ ଅଜଣା ଲୋକଙ୍କ ସହିତ କଥାବାର୍ତ୍ତା ହେବାକୁ ମନରେ କୁଣ୍ଠାବୋଧ କରିଥାନ୍ତି। ବନ୍ଧୁତ୍ୱ କରିବା ତ ଦୂରର କଥା। କିନ୍ତୁ ଆମେରିକାରେ ଫିଲାଡେଫ୍ଲିଆରେ ଏପରି ଜଣେ ଯୁବକ ରହିଛନ୍ତି, ଯାହାଙ୍କର ଅଦ୍ଭୁତ ନିଶା ରହିଛି। ଯୁବକ ଜଣକ ମାତ୍ର ଚାରିବର୍ଷରେ ୨୮୦୦ ଅଜଣା ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିସାରିଛନ୍ତି। ଏହା ପଛରେ ହୃଦୟକୁ ଛୁଇଁଲା ଭଳି କାହାଣୀ ମଧ୍ୟ ରହିଛି।
ଏଠାରେ ରହୁଥିବା ୨୮ ବର୍ଷୀୟ ରୋବ ଲୋସେସ ଅଜଣା ଲୋକଙ୍କ ସହିତ ମିଶିବା ଏବଂ ବନ୍ଧୁତ୍ୱ କରିବା ପାଇଁ ୨୦୧୫ରୁ ଆରମ୍ଭ କରିଛନ୍ତି। ତାଙ୍କର ଲକ୍ଷ ଥିଲା ସେ ୧୦ ହଜାର ଲୋଙ୍କ ସହିତ ବନ୍ଧୁତା କରିବେ। ରୋବ ଏକ ବଡ କମ୍ପାନୀରେ ଚାକିରି ପାଇଥିଲେ। ସବୁବେଳେ ନୂଆ ନୂଆ ଲୋକଙ୍କ ସହିତ ଜଣାଶୁଣା ହେବା ତାଙ୍କର ନିଶା ରହିଥିଲା। କିନ୍ତୁ କମ୍ପାନୀରେ ଚାକିରି କରିବା ପରେ ଏହି ଅଭ୍ୟାସ ତାଙ୍କର ବଦଳିଗଲା। ଏଥିରୁ ବିରକ୍ତି ହୋଇ ୨୦୧୬ରେ ଚାକିରି ଛାଡି ଅଜଣା ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିବା, କଥା ହେବା, ବନ୍ଧୁତ୍ୱ କରିବା ଇତ୍ୟାଦି କାମ କରିବାକୁ ଲାଗିଲେ।
ଏହାସହ ପଢ଼ନ୍ତୁ ; ଏପରି ଏକ କମ୍ପାନୀ, ଯେଉଁଠି ନିଜେ କର୍ମଚାରୀ ଚୟନ କରନ୍ତି ନିଜର ବେତନ, ଇଚ୍ଛା ଅନୁଯାୟୀ ବୃଦ୍ଧି କରନ୍ତି ଦରମା
ପ୍ରତିଦିନ ସକାଳୁ ରୋବ ଜିମ୍ ଯିବା ପରେ ଅତି କମ୍ରେ ଚାରି ଜଣ ଅଜଣା ଲୋକଙ୍କ ସହିତ କଥା ହେଉଥିଲେ। ଜଣେ ଅଜଣାକୁ ସେ ଅତିକମ୍ରେ ଏକ ଘଣ୍ଟା ସମୟ ଦେଉଥିଲେ ଏବଂ ନିଜ ବିଷୟରେ କହୁଥିଲେ ଓ ତାଙ୍କ ବିଷୟରେ ଜାଣୁଥିଲେ।
ଅଜଣା ଲୋକଙ୍କ ସହିତ ବନ୍ଧୁତ୍ୱ କରିବା ପଛରେ ଆଉ ମଧ୍ୟ ଏକ କାରଣ ରହିଛି, ଆଜିକାଲି ଆମେ ସୋସିଆଲ ମିଡିଆ ଭଳି ଟେକନୋଲଜିର ବ୍ୟବହାର କରିବାରେ ଏତେ ମାତ୍ରାରେ ଅଭ୍ୟସ୍ତ ହୋଇଗଲୁଣି ଯେ, ଲୋକଙ୍କ ସହିତ ସାମ୍ନାରେ କଥା ହେବା ମଧ୍ୟ ଭୁଲିଯାଉଛି। ଆମର ମାନବୀୟ ସଂପର୍କ ଧୀରେ ଧୀରେ କମ୍ ହେବାରେ ଲାଗିଛି। ଏହି କାରଣ ଯୋଗୁଁ ରୋବ ଏଭଳି କରିବା ଆରମ୍ଭ କରିଛନ୍ତି।