ତ୍ୱଚାକୁ ନେଇ ନିଜର ସିକ୍ରେଟ୍‌ ଖୋଲିଲେ ତମନ୍ନା

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ତମନ୍ନା ଭାଟିଆଙ୍କୁ ମେକଅପ୍‌ ହେବାର ଆବଶ୍ୟକତା ପଡ଼ିନଥାଏ। ପ୍ରାକୃତିକ ରୂପେ ସର୍ବଦା ତମନ୍ନାଙ୍କ ତ୍ୱଚା ଏପରି ଚମକିଥାଏ ଯେ ତାଙ୍କୁ ମେକଅପ୍‌ ନେବାକୁ ପଡ଼ିନଥାଏ। ଯଦି ଆପଣଙ୍କୁ ଏହି କଥା ବିଶ୍ୱାସ ହେଉନି ତେବେ କିଛି ଏଥିରେ ଥିବା ଫଟୋ ଦେଖିବା ପରେ ଆପାଣ ନିଜେ ବିଶ୍ୱାସ କରିପାରିବେ। ଜନ୍ମରୁ ତମନ୍ନା ସୁନ୍ଦର ତ୍ୱଚା ପାଇଥିଲେ ମଧ୍ୟ ସର୍ବଦା ସୁନ୍ଦର କରି ରକିବା ପାଇଁ ପାରମ୍ପାରିକ ଉପାୟ ବ୍ୟବହାର କରିଥାନ୍ତି। ଯାହାଦ୍ୱାରା ସର୍ବଦା ତମନ୍ନାଙ୍କ ତ୍ୱଚା ଗ୍ଲୋଇଂ ଦେଖାଯାଇଥାଏ।

https://www.instagram.com/p/B1OcFLfhIO_/?utm_source=ig_web_copy_link

କିଛି ଦିନ ତଳେ ଏକ ସାକ୍ଷାତକାର ମାଧ୍ୟମରେ ତମନ୍ନା ନିଜର ସୁନ୍ଦରତାର ରାଜ୍‌ ଖୋଲିଥିଲେ। କହିଥିଲେ ମୁଁ ଆଜି ମଧ୍ୟ ନଡ଼ିଆ ତେଲରେ ବିଶ୍ୱାସ ରଖିଛି। ଏହାବ୍ୟତୀତ ତମନ୍ନା କହିଥିଲେ, ମୁଁ ନଡ଼ିଆ ତେଲ ବଡ ଫ୍ୟାନ। ମତେ ଲାଗିଥାଏ ଘିଅ, ନଡ଼ିଆ ତେଲ ଏବଂ ଚନ୍ଦନ ଏପରି ଜିନିଷ, ଯାହା ପ୍ରାକୃତିକ ରୂପେ ପୋଷଣ ପ୍ରଦାନ କରିଥାଏ। ମୋର ସର୍ବଦା କେମିକାଲ ପ୍ରଡକ୍ଟସ୍‌ ପରିବର୍ତ୍ତେ ପ୍ରାକୃତିକ ପ୍ରଡକ୍ଟସ୍‌ ଉପରେ ବିଶ୍ୱାସ ରହିଛି।

ଏହାସହ ପଢନ୍ତୁ: ସୋସିଆଲ ମିଡିଆରେ ଭାଇଜାନ୍‌ ଙ୍କୁ ଧମକ୍‌, ଜାଣନ୍ତୁ କଣ କହିଲା ବିଷ୍ଣୋଇ ସମାଜ

ଏହାବ୍ୟତୀତ ତମନ୍ନା ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି। ଦିନସାରା ପାଣି ପିଇବା, ପନିପରିବା ଖାଇବା ଏହି ସମସ୍ତ ଜିନିଷ ଉପରେ ଧ୍ୟାନ ଦେଇଥାନ୍ତି। ଏଥିସହ ସେ ତାଙ୍କ ତ୍ୱଚା ପାଇଁ କ୍ଲିଜିଙ୍ଗ, ଟୋନିଙ୍ଗ ଏବଂ ମଶ୍ଚରାଇଜ୍‌ କରିଥାଏ। ଏହି ରୋଟିନ୍‌ ତ୍ୱଚା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ନ ବୋଲି କହିଥିଲେ ତମନ୍ନା। ଯେଉଁ ଲୋକମାନେ ତ୍ୱଚାର ଏପରି ଧ୍ୟାନ ନେଇନଥାନ୍ତି ବିଭିନ୍ନ ଅସୁବିଧାର ସାମ୍ନା କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.