Below header

ଏହି ବ୍ୟାଙ୍କର ଗ୍ରାହକ ଉଠାଇପାରିବେ ନାହିଁ ୧ ହଜାରରୁ ଅଧିକ ଟଙ୍କା, RBI ଲଗାଇଲା ଏହି ପ୍ରତିବନ୍ଧକ

ନୂଆଦିଲ୍ଲୀ: ମୁମ୍ବାଇର ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋପରେଟିଭ୍ ବ୍ୟାଙ୍କର ଗ୍ରାହକ ମାନଙ୍କୁ ଝଟକା । ସୂଚନା ଅନୁଯାୟୀ, ବ୍ୟାଙ୍କର ଆର୍ଥିକ ସ୍ଥିତି କାରଣରୁ ଆରବିଆଇ ଏହି  ବ୍ୟାଙ୍କର ଖାତାଧାରକମାନଙ୍କୁ ଏକ ହଜାର ଟଙ୍କାରୁ ଅଧିକ ଟଙ୍କା ଦେବା ଉପରେ ରୋକ୍ ଲଗାଇଛି । ଯାହା କାରଣରୁ ବ୍ୟାଙ୍କର ସବୁ ବ୍ରାଞ୍ଚରେ ଭିଡ ଦେଖିବାକୁ ମିଳିଛି ।

pmcଆରବିଆଇ ଏହି ପ୍ରତିବନ୍ଧକ ୬ମାସ ଯାଏ ଜାରି ରଖିବ । ଏହି ସମୟରେ ବ୍ୟାଙ୍କ ନା ଲୋନ୍ ଦେଇପାରିବ ନା କୌଣସି ନିବେଶ କରିପାରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ମଙ୍ଗଳବାର ଦିନ ମୁମ୍ବାଇ ସ୍ଥିତ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ରେ କୌଣସି ପ୍ରକାରର ବ୍ୟାପାରିକ ଦେବାନେବା ଉପରେ ରୋକ ଲଗାଇଥିଲା । ଯାହା କାରଣରୁ ବ୍ୟାଙ୍କର ନିବେଶକ ଏବଂ ସହରର ବ୍ୟବସାୟୀ ବର୍ଗଙ୍କୁ ବଡ ଝଟକା ଲାଗିଛି ।

ଏହାସହ ପଢନ୍ତୁ:

ଭାରତରେ ଏଟିଏମ୍‌ ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ବିପଦ, ଆକାଉଣ୍ଟରୁ କେବେ ବି ଗାୟବ ହୋଇପାରେ ଟଙ୍କା

ଆରବିଆଇର ମୁଖ୍ୟ ମହାପ୍ରବନ୍ଧକ ଯୋଗେଶ ଦୟାଲ କହିଛନ୍ତି କି- ଆରବିଆଇର ନିର୍ଦ୍ଦେଶ ଅନୁସାରେ, ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋପରେଟିଭ୍ ବ୍ୟାଙ୍କର ଜମାକାରୀମାନେ ବ୍ୟାଙ୍କରେ ନିଜର ସେଭିଙ୍ଗ୍,କରେଣ୍ଟ କିମ୍ବା ଅନ୍ୟ କୌଣସି ପ୍ରକାରର ଖାତାରେ ୧ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.