ବିଗ୍‌ବସ୍‌ ୧୩ ଆରମ୍ଭ ହେବା ପୂର୍ବରୁ ସାମ୍ନାକୁ ଆସିଲା ଘରର ଭିଡିଓ

ବିଗ୍‌ବସ୍‌ ୧୩ର ଦମଦାର ଲଞ୍ଚିଂ ଇଭେଣ୍ଟ ପରେ ଏବେ ସୋସିଆଲ ମିଡିଆରେ ବିଗବସ୍‌ ହାଉସ୍‌ର ଫଟୋ ଭାଇରାଲ ହେବାରେ ଲାଗିଛି। ଶୋ’ ଆରମ୍ଭ ହେବା ପୂର୍ବରୁ ଆୟୋଜକ ବିଗବସ୍‌ ୧୩ର ଘରର ଏକ ଛୋଟ ଝଲକ ଦର୍ଶକଙ୍କ ସହ ସେୟାର କରିଛନ୍ତି। କଲର୍ସରେ ବିଗ୍‌ବସ୍‌ ହାଉସ୍‌ର ଏକ ଭିଡିଓ ପ୍ରସାରିତ ହେଉଛି।

 

ଏହି ଭିଡିଓରେ ବିଗ୍‌ବସ୍‌ର ଅତ୍ୟାଧୁନିକ ସୌନ୍ଦର୍ଯ୍ୟମୟ ଘରର ଭିତର ପାର୍ଶ୍ୱ ଦେଖିବାକୁ ମିଳିଛି। ଖୁବ୍‌ଶୀଘ୍ର ଏହି ଘରେ କଣ୍ଟେଷ୍ଟାଣ୍ଟଙ୍କ ମହାଭାରତ ଦେଖିବାକୁ ମିଳିବ।

ଏହାସହ ପଢନ୍ତୁ: ପ୍ୟାରିସ୍‌ ଫ୍ୟାଶନ୍‌ ଓ୍ଵିକ୍‌-୨୦୧୯ରେ ଗ୍ଲାମରସ୍‌ ଅନ୍ଦାଜରେ ନଜର ଆସିଲେ ଦୀପିକା, ଭାଇରାଲ ହେଉଛି ଫଟୋ

ବିଗ୍‌ବସ୍‌ ହାଉସ୍‌ ଏତେ ସୁନ୍ଦର ହୋଇଛି ଯେ, ଘରକୁ ଯିଏ କେହି ବି ଦେଖିବ ସେ ପ୍ରଶଂସା ନ କରି ରହିପାରିବ ନାହିଁ। ଆଗଧାଡ଼ିର ନିର୍ଦ୍ଦେଶକ ଉମଙ୍ଗ କୁମାର ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଘରର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। ତେବେ ଏହି ଘରର ବିଶେଷତ୍ୱ ହେଉଛି ବିଗ୍‌ବସ୍‌ର ଏହି ଘରେ ଆଦୌ ପ୍ଲାଷ୍ଟିକ୍‌ର ବ୍ୟବହାର କରାଯାଇନାହିଁ। ଘରକୁ ସୁନ୍ଦର ଭାବେ ସଜାଇବା ସହ ଉମଙ୍ଗ ଲୋକଙ୍କୁ ପ୍ଲାଷ୍ଟିକ ବର୍ଜନ କରିବାକୁ ମଧ୍ୟ ସନ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୯ ତାରିଖରେ ବିଗ୍‌ବସ୍‌-୧୩ ଆରମ୍ଭ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.