ଜୋତାର ଦାମ୍ ୫ କୋଟି। ତା ପୁଣି ନୂଆ ନୁହଁ ପୁରୁଣା। ଆପଣ ଭାବୁଥିବେ, ଏମିତି କ’ଣ ଅଛି ସେହି ଜୋତାରେ ଯେ, ତା’ର ଦାମ୍ ୫ କୋଟି ? ଏହା କୌଣସି ସାଧାରଣ ଜୋତା ନୁହେଁ କିମ୍ବଦନ୍ତୀ ବାସ୍କେଟବଲ ତାରକା ମାଇକେଲ ଜୋର୍ଡାନଙ୍କ ପରିହିତ ଜୋତା। ଯାହାର ମୂଲ୍ୟ ୬୧୫,୦୦୦ ଡଲାର ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୪ କୋଟି ୬୧ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଯାହା ଏକ ରେକର୍ଡ ବୋଲି ଗୁରୁବାର କ୍ରିଷ୍ଟିଙ୍କ ନିଲାମ ଘର ପକ୍ଷରୁ କୁହାଯାଇଛି।
ଏହି ଜୋତାକୁ ଏନ୍ବିଏ ମେଗାଷ୍ଟାର ଜୋର୍ଡାନ୍ ୧୯୮୫ ମସିହାରେ ଇଟାଲିରେ ଖେଳାଯାଇଥିବା ଏକ ପ୍ରଦର୍ଶନୀ ମ୍ୟାଚରେ ପିନ୍ଧି ଥିଲେ। ଏହି ଜୋତା ପିନ୍ଧି ଜୋର୍ଡାନ ବଲ୍କୁ ଏଭଳି ମାରିଥିଲେ ଯେ ବ୍ୟାକ୍ବୋର୍ଡ କାଚ ଭାଙ୍ଗି ଯାଇଥିଲା। ୧୩.୫ ସାଇଜର ଏହି ଲାଲ-କଳା ରଙ୍ଗର ଜୋତାରେ ଜୋର୍ଡାନ୍ ୩୦ ପଏଣ୍ଟ୍ ଅର୍ଜନ କରିଥିଲେ। ଗତ ମେ ମାସରେ ବିକ୍ରି ହୋଇଥିବା ଅନ୍ୟ ଏକ ଜୋତାରୁ ୫୬୦,୦୦୦ ଡଲାର (୪ କୋଟି ୨୦ ଲକ୍ଷ ଟଙ୍କା) ମିଳିଥିଲା। ଯାହା ସେତେବେଳେ ମଧ୍ୟ ରେକର୍ଡ ମୂଲ୍ୟ ଥିଲା। ଜୋଡାର୍ନ ନିଜ ୧୪ ବର୍ଷର କ୍ୟାରିଅର ମଧ୍ୟରେ ଯେତିକି ମଧ୍ୟ ଜୋତା ପିନ୍ଧିଛନ୍ତି, ସେହି ସମସ୍ତ ୯ ଯୋଡା ଜୋତାର ନିଲାମ ହୋଇସାରିଛି।
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…