୫ କୋଟି ଟଙ୍କାରେ ବିକ୍ରି ହେଲା ୩୫ବର୍ଷର ପୁରୁଣା ଜୋତା, ଭାଙ୍ଗିଲା ସବୁ ରେକର୍ଡ

ଜୋତାର ଦାମ୍‌ ୫ କୋଟି। ତା ପୁଣି ନୂଆ ନୁହଁ ପୁରୁଣା। ଆପଣ ଭାବୁଥିବେ, ଏମିତି କ’ଣ ଅଛି ସେହି ଜୋତାରେ ଯେ, ତା’ର ଦାମ୍‌ ୫ କୋଟି ? ଏହା କୌଣସି ସାଧାରଣ ଜୋତା ନୁହେଁ କିମ୍ବଦନ୍ତୀ ବାସ୍କେଟବଲ ତାରକା ମାଇକେଲ ଜୋର୍ଡାନଙ୍କ ପରିହିତ ଜୋତା। ଯାହାର ମୂଲ୍ୟ ୬୧୫,୦୦୦ ଡଲାର ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୪ କୋଟି ୬୧ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଯାହା ଏକ ରେକର୍ଡ ବୋଲି ଗୁରୁବାର କ୍ରିଷ୍ଟିଙ୍କ ନିଲାମ ଘର ପକ୍ଷରୁ କୁହାଯାଇଛି।

ଏହି ଜୋତାକୁ ଏନ୍ବିଏ ମେଗାଷ୍ଟାର ଜୋର୍ଡାନ୍ ୧୯୮୫ ମସିହାରେ ଇଟାଲିରେ ଖେଳାଯାଇଥିବା ଏକ ପ୍ରଦର୍ଶନୀ ମ୍ୟାଚରେ ପିନ୍ଧି ଥିଲେ। ଏହି ଜୋତା ପିନ୍ଧି ଜୋର୍ଡାନ ବଲ୍କୁ ଏଭଳି ମାରିଥିଲେ ଯେ ବ୍ୟାକ୍ବୋର୍ଡ କାଚ ଭାଙ୍ଗି ଯାଇଥିଲା। ୧୩.୫ ସାଇଜର ଏହି ଲାଲ-କଳା ରଙ୍ଗର ଜୋତାରେ ଜୋର୍ଡାନ୍ ୩୦ ପଏଣ୍ଟ୍ ଅର୍ଜନ କରିଥିଲେ। ଗତ ମେ ମାସରେ ବିକ୍ରି ହୋଇଥିବା ଅନ୍ୟ ଏକ ଜୋତାରୁ ୫୬୦,୦୦୦ ଡଲାର (୪ କୋଟି ୨୦ ଲକ୍ଷ ଟଙ୍କା) ମିଳିଥିଲା। ଯାହା ସେତେବେଳେ ମଧ୍ୟ ରେକର୍ଡ ମୂଲ୍ୟ ଥିଲା। ଜୋଡାର୍ନ ନିଜ ୧୪ ବର୍ଷର କ୍ୟାରିଅର ମଧ୍ୟରେ ଯେତିକି ମଧ୍ୟ ଜୋତା ପିନ୍ଧିଛନ୍ତି, ସେହି ସମସ୍ତ ୯ ଯୋଡା ଜୋତାର ନିଲାମ ହୋଇସାରିଛି।

Leave A Reply

Your email address will not be published.