Below header

କମାଲ କରୁଛି “ଗୁଞ୍ଜନ ସକ୍ସେନା”, ଦେଶ ବାଦ ବିଦେଶରେ ବି ପ୍ରଥମ ନମ୍ବରରେ କରୁଛି ଟ୍ରେଣ୍ଡ

ଯୁବ ଅଭିନେତ୍ରୀ ଜାହ୍ନବୀ କାପୁରଙ୍କ ଅଭିନୀତ “ଗୁଞ୍ଜନ ସାକ୍ସେନା- ଦ କାର୍ଗିଲ ଗାର୍ଲ” ନିକଟରେ ରିଲିଜ ହୋଇଯାଇଛି । ଆଉ ମଧ୍ୟ ଓଟିଟି ପ୍ଳାର୍ଟଫର୍ମରେ ଏହି ଫିଲ୍ମ ଦେଶରେ ପ୍ରଥମ ନମ୍ବରରେ ଟ୍ରେଣ୍ଡ କରୁଛି ।  ଅନ୍ୟପକ୍ଷରେ ଏହି ସିନେମାଟିର ମୁଖ୍ୟ ଭୂମିକାରେ ଜଣେ ଷ୍ଟାର କିଡ଼ ଅଭିନୟ କରିଥିବାରୁ ଏହାକୁ ନେଇ ଅନେକ ସମାଲୋଚନା ମଧ୍ୟ କରୁଛନ୍ତି । ଅର୍ଥାତ ଏଯାବତ ଯେତିକି ଲୋକ ଏହି ଫିଲ୍ମ ଟିକୁ ସମାଲୋଚନା କରିଛନ୍ତି, ତାଠାରୁ ଅଧିକ ଜଣ ଏହାର ଦର୍ଶକ ଅଛନ୍ତି । କହିରଖିବା ଉଚିତ ହେବକି, ଜୁନ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନେ ଯେମିତି ଦେଶର ଜନତାଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । ଖାଲି ସାଧାରଣ ଜନତା ନୁହେଁ, ଅନେକ କଳାକାର ମାନେ ବି ଷ୍ଟାର କିଡ଼ଙ୍କୁ ନେଇ ବିରୋଧ ଜାରି ରଖିଛନ୍ତି । ଆଉ ଏହି ଷ୍ଟାର କିଡ଼ ମାନଙ୍କ ତାଲିକାରେ ମୁଖ୍ୟତଃ ଅଛନ୍ତି ଜାହ୍ନବୀ କାପୁର, ଟାଇଗର ଶ୍ରଫ, ବରୁଣ ଧାବନ, ଅଲିଆ ଭଟ,ଦର୍ଶକଙ୍କ ଅନନ୍ୟା ପାନଡେ, ସାରା ଅଲ୍ଲୀ ଖାଁଙ୍କ ପରି କଳାକାର ମାନେ ଜ ନତାଙ୍କ ରୋଷର ଶିକାର ହୋଇଛନ୍ତି ।

Reel 'Gunjan Saxena' Janhvi Kapoor meets real Gunjan Saxena, shares picture of their first meeting - entertainment

ଏମିତିକି ସୁଶାନ୍ତ ଘଟଣାକୁ ୨ ମାସ ବିତିଯାଇଥିଲେ ମଧ୍ୟ ଏହି ମାମଲା ଏବେ ବି ଥଣ୍ଡା ପଡ଼ିନାହିଁ । ଜାନ୍ହବିଙ୍କ ଅଭିନୀତ ଗୁଞ୍ଜନ ସାକ୍ସେନା ୧୯୯୯ ର କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନ ବିପକ୍ଷ ଲଢେଇରେ ଭାରତ ତରଫରୁ ସାହସୀ ଯୋଦ୍ଧା ସାଜିଥିବା ମହିଳା ପାଇଲଟ ଗୁଞ୍ଜନ ସାକ୍ସେନାଙ୍କ କାହାଣୀ ଉପରେ ଆଧାରିତ । ଆଉ ସବୁଠୁ ଝୁସିର କଥା ଯେ, ଏହି ଫିଲ୍ମଟି ଭାରତ ସମେତ ବାଂଲାଦେଶରେ ବି ପ୍ରଥମ ନମ୍ବରରେ ଟ୍ରେଣ୍ଡ କରୁଛି । ଏହାବାଦ ସୟୁକ୍ତ ରାଷ୍ଟ୍ର ଏମିରେଟରେ ଦ୍ଵିତୀୟ ସ୍ଥାନରେ, ମରିଶସରେ ତୃତୀୟ ସ୍ଥାନରେ, ଶ୍ରୀଲଙ୍କାରେ ତୃତୀୟ ସ୍ଥାନରେ, କାନାଡ଼ା ତଥା ସିଙ୍ଗାପୁରରେ ଷଷ୍ଠ ସ୍ଥାନରେ ଟ୍ରେଣ୍ଡ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.