Below header

ସୁଶାନ୍ତଙ୍କ ଆତ୍ମାର ଶାନ୍ତି ପାଇଁ ବାବା ରାମଦେବ କଲେ ହୋମ ଯଜ୍ଞ, ସେୟାର କଲେ ଭିଡିଓ

ଯୋଗଗୁରୁ ବାବା ରାମଦେବ ସ୍ୱାଧୀନତା ଦିବସ ଅବସରରେ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ବାବା ରାମଦେବ ଯଜ୍ଞ କରୁଥିବା ଦେଖିବାକୁ ମିଳିଛି। ବାବା ରାମଦେବ କହିଛନ୍ତି ଏହି ଯଜ୍ଞ ସେ ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମାର ଶାନ୍ତି ପାଇଁ କରିଛନ୍ତି।

ଭିଡିଓ ସେୟାର କରି ରାମଦେବ କ୍ୟାପ୍‌ସନରେ ଲେଖିଛନ୍ତି ସେ ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ସହ କଥାବାର୍ତ୍ତା କରିଛନ୍ତି। ପରିବାରର ଦୁଃଖ ଶୁଣି ତାଙ୍କ ହୃଦୟ କାନ୍ଦି ଉଠିଥିଲା। ପତଞ୍ଜଳିରେ ସମସ୍ତେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି। ରାମଦେବ କହିଛନ୍ତି ଆମେ ଚାହୁଁଛୁ ସୁଶାନ୍ତ ଓ ତାଙ୍କ ପରିବାରକୁ ନ୍ୟାୟ ମିଳୁ।


ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ଭାର ଏବେ ସିବିଆଇ ନିକଟକୁ ଯାଇଥିଲେ ମଧ୍ୟ ପ୍ରତିଦିନ କିଛି ନା କିଛି କଥା ସାମ୍ନାକୁ ଆସୁଛି। ଗତ ଦୁଇ ଦିନ ହେଲା ସୋସିଆଲ ମିଡିଆରେ ସୁଶାନ୍ତ ସିଂହ ରାଜପୁତଙ୍କ ବହୁ ପୁରୁଣା ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ନିଜ ଭଉଣୀ, ଭଣଜାଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଆଉ ଏକ ଭିଡିଓରେ ସେ କୃଷ୍ଣଙ୍କ ଗୀତ ଗାଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.