ବଲିଉଡର ଲୋକପ୍ରିୟ ପ୍ରଯୋଜକ ଓ ନିର୍ଦ୍ଦେଶକ କରଣ ଜୋହର ପୁଣିଥରେ ସୋସିଆଲ ମିଡିଆକୁ ଫେରିଛନ୍ତି। ସେ ଆଜି ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଜୁନ୍ ୧୪ ରେ କରଣ ଶେଷ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଥିଲା। ସେ ସୁଶାନ୍ତଙ୍କ ସହ ନିଜ ଫଟୋ ସେୟାର କରି ମୃତ୍ୟୁ ପାଇଁ ଶୋକ ବ୍ୟକ୍ତ କରିଥିଲେ।
ଆଜି ପୁଣିଥରେ ଫେରିବା ଅବସରରେ କରଣ ଜୋହର ପୋଷ୍ଟ କରି ଲେଖିଛନ୍ତି ‘ଆମ ମହାନ୍ ଦେଶ ପାଇଁ…ସଂସ୍କୃତି, ଐତିହ୍ୟ ଓ ଇତିହାସର ଖଣି… ହାପି ଇଣ୍ଡିପେନ୍ଡେନ୍ସ ଡେ। ଜୟ ହିନ୍ଦ୍।’ ତେବେ ଏହି ପୋଷ୍ଟର କମେଣ୍ଟ ସେକ୍ସନ୍କୁ ସେ ଲିମିଟେଡ୍ ରଖିଛନ୍ତି। କେବଳ ତାଙ୍କ ବନ୍ଧୁମାନେ ହିଁ ଏଥିରେ କମେଣ୍ଟ କରିପାରିବେ।
View this post on Instagram
ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜମ୍ ବା ପରିବାରବାଦ କଥା ଉଠିଥିଲା। ଏଥିରେ କରଣ ଜୋହରଙ୍କ ନାଁ ମଧ୍ୟ ଆସିଥିଲା। କରଣଙ୍କ ସମେତ ଆଉ କିଛି ପ୍ରଯୋଜକ ସୁଶାନ୍ତଙ୍କୁ ନିଜ ପ୍ରଡକ୍ସନ୍ରୁ ବୟକଟ୍ କରିଥିବାରୁ ଚିନ୍ତାରେ ସୁଶାନ୍ତ ଜୀବନ ହାରିଛନ୍ତି ବୋଲି କୁହାଯାଉଥିଲା। ଫଳରେ ଲୋକମାନେ କରଣ ଜୋହରଙ୍କୁ ନାନା କଡ଼ା କଥା କହିବା ଆରମ୍ଭ କରିଦେଇଥିଲେ। ଲୋକଙ୍କ ନିନ୍ଦା ଅପବାଦ ସହି ନ ପାରି କରଣ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟରୁ ଦୂରେଇ ଯାଇଥିଲେ।