Below header

ଝିଅ ମାନଙ୍କ ସର୍ବନିମ୍ନ ବିବାହ ବୟସରେ ହୋଇପାରେ ବଡ ପରିବର୍ତ୍ତନ, ଖୁବ ଶୀଘ୍ର ବିଚାର ହେବା ନେଇ ମୋଦି ଦେଲେ ସନ୍ଦେଶ

୭୪ ତମ ସ୍ୱାଧିନତା ଦିବସରେ ଝିଅ ମାନଙ୍କ ସର୍ବନିମ୍ନ ବୟସ ସୀମାକୁ ନେଇ ଏକ ବଡ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ବନିମ୍ନ ବୟସ କେତେ ରଖାଯିବ ସେ ନେଇ ପୁନଃ ବିଚାର କରାଯିବ ବୋଲି ଶ୍ରୀ ମୋଦି ପ୍ରକାଶ କରିଛନ୍ତି । ଶ୍ରୀ ମୋଦି ଏହା ମଧ୍ୟ କହିଛନ୍ତିକି, ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସ୍ଥିର ନେଇ ଏକ କମିଟି ଗଠନ କରାଯିବ । କମିଟିର ସୁପାରିଶ ପରେ ହିଁ ଏ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ସୂଚନା ଦେବା ଯୋଗ୍ୟକି ଆଇନ ଅନୁଯାୟୀ ଦେଶରେ ଏବେ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷ ରଖାଯାଇଛି ।

ବିବାହ ବୟସ ବାଦ ମହିଳାଙ୍କ ଉପପୃଷ୍ଟି ହାର ହ୍ରାସକୁ ନେଇ ବି ଏକ କମିଟି ଗଠନ କରାଯିବ । ନୈସେନା ଓ ବାୟୁସେନାର କମବାଟ ଓ ନନ- କମବାଟ ୟୁନିଟରେ କେବଳ ଭାରତୀୟ ମହିଳା ସାମିଲ ଥିବା ନେଇ ମୋଦି ସୂଚନା ଦେଇଛନ୍ତି । ମହିଳାଙ୍କୁ ଅଗ୍ରାଧିକାର ଦେବା ପାଇଁ ପ୍ରତ୍ୟାକ କର୍ମ କ୍ଷେତ୍ରରେ ମେଟରନିଟି ଲିଭ ବ୍ୟବସ୍ଥା କଡାକଡି କରାଯିବା ସହ ସହ “ଟ୍ରିପଲ ତଲାକ” ପ୍ରଥା ଉଠାଇ ଦିଆଯାଇଛି । ସେହିପରି ବିଭିନ୍ନ ପ୍ରାନ୍ତରେ ଥିବା ୫ ହଜାରରୁ ଉର୍ଦ୍ଧ୍ଵ ଜନଷୌଧି କେନ୍ଦ୍ରରେ ମହିଳାଙ୍କୁ ଏକ ଟଙ୍କାରେ ସାନିଟାରି ପ୍ୟାଡ଼ ‌ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.