ସୁଶାନ୍ତଙ୍କ ରୁମ୍‌ରେ ଡମି ଟେଷ୍ଟ କରିବ ସିବିଆଇ, ପୁଣି ରିକ୍ରିଏଟ ହେବ ୧୪ ଜୁନ୍‌ର ସିନ୍‌

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ସିବିଆଇକୁ ଦିଆଯାଇଛି। କିନ୍ତୁ ଏହି ମାମଲାକୁ ସିବିଆଇ ଯାଞ୍ଚ କରିବ କି ନାହିଁ ସୁପ୍ରିମକୋର୍ଟଙ୍କ ଫଇସଲା ଆସିବାକୁ ବାକି ରହିଛି। ଏବେ ସିବିଆଇ ପ୍ରାରମ୍ଭିକ ସ୍ତରରେ ଯାଞ୍ଚ ଆରମ୍ଭ କରିଦେଇଛି। ୧୪ ଜୁନ୍‌ ଦିନ ସୁଶାନ୍ତଙ୍କ ସହିତ ସେହି ରୁମ୍‌ରେ କ’ଣ ଘଟିଥିଲା, କିପରି ମୃତ୍ୟୁ ହେଲା ଏପରି ସବୁ ସିନ୍‌କୁ ପୁଣି ଥରେ ରିକ୍ରିଏଟ କରିବ ସିବିଆଇ।

ସୁଶାନ୍ତଙ୍କ ମୃତ୍ୟୁ କେସ୍‌ର ଯାଞ୍ଚ ଗୋଟେ ପଟେ ମୁମ୍ବାଇ ପୋଲିସ କରୁଥିବା ବେଳେ ଅନ୍ୟ ପଟେ ସିବିଆଇମଧ୍ୟ ତଦନ୍ତ ଆରମ୍ଭ କଲାଣି। ମୁମ୍ବାଇ ପୋଲିସ ଏବଂ ସିବିଆଇ ସହିତ ଇଡି ମଧ୍ୟ କେସ୍‌ର ଯାଞ୍ଚ କରୁଛି। ପ୍ରତିଦିନ ଅନେକ ପ୍ରକାର ତଥ୍ୟ ସାମ୍ନାକୁ ଆସୁଛି। ଏବେ ସିବିଆଇ ପୁଣି ବିହାର ପୋଲିସର ଏଫଆଇଆରକୁ ପୁଣି ଥରେ ଦାଏର କରିଛି।

cbi

ସୂଚନା ମୁତାବକ, ସିବିଆଇ ଏବେ ସୁଶାଙ୍କ ରୁମରେ ଡମି ଟେଷ୍ଟ କରିବ। ଏହି ଡମି ଟେଷ୍ଟରେ ୧୪ ତାରିଖର ଘଟଣାକୁ ରିକ୍ରିଏଟ କରାଯିବ। ସିବିଆଇ ପ୍ରଥମେ ମୃତ୍ୟୁର କାରଣ ବୁଝିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଭିସେରା ରିପୋର୍ଟକୁ ଏକ୍ସପଟ ଜରିଆରେ ବୁଝିବ।

ସୁଶାନ୍ତଙ୍କ ମୃତ୍ୟୁକୁ ୨ ମାସ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ମୃତ୍ୟୁ ରହସ୍ୟ ଖୋଲିପାରୁନି। ଫ୍ୟାନ ଠାରୁ ଆରମ୍ଭ କରି ପରିବାର ଲୋକ ସମସ୍ତେ କିଭଳି ସୁଶାନ୍ତଙ୍କୁ ନ୍ୟାୟ ମିଳିବ ଚିନ୍ତାରେ ରହିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଖୋଲିବା ପାଇଁ ମଧ୍ୟ ବଲିଉଡ ଏକାଠି ହେବାରେ ଲାଗିଛି। ଦେଖାଯାଉ, ସିବିଆଇ ଡମି ଟେଷ୍ଟ କରି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟକୁ ଖୋଲିପାରୁଛି କି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.