Below header

ଗତ ୨୪ଘଣ୍ଟାରେ ଦେଶରେ ମହାମାରୀ କରୋନା ନେଲା ୯୯୬ଜଣଙ୍କ ଜୀବନ, ୨୫ଲକ୍ଷ ୨୬ହଜାର ୧୯୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ଯା

କେନ୍ଯୁଜ୍: ଦେଶରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ଯା।  ଆଜି ସମଗ୍ର ଦେଶରେ ୨୫,୨୬,୧୯୨ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮,୦୮,୯୩୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ଯପଟେ ୪୯୦୩୬ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୫,୦୦୨ ଆକ୍ରାନ୍ତଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୫ଲକ୍ଷ ୨୬ହଜାର ୧୯୨ରେ ପହଞ୍ଚିଥିବା ବେଳେ ୬ଲକ୍ଷ ୬୮ହଜାର ୨୨୦ ଜଣଙ୍କର ଚିକିତ୍ସା ଜାରି ରହିଛି। ତେବେ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଥିବା ବେଳେ ଆଜି ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ଗତକାଲି ୨୪ଘଣ୍ଟାରେ ୬୪,୫୫୩ ଚିହ୍ନଟ ହୋଇଥିବା ବେଳେ ଆଜି ୬୫,୦୦୨ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ୨୪ଘଣ୍ଟାରେ ୯୯୬ଜଣ ମୃତ୍ୟୁବରଣ କରିଛନ୍ତି, ଯାହା ଗତକାଲିର ସଂଖ୍ୟାଠାରୁ କମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.