Below header

କର ଦାଖଲ ବ୍ୟବସ୍ଥାରେ ଆସିଲା ପରିବର୍ତ୍ତନ, ପ୍ରଧାନମନ୍ତ୍ରୀ ଲଞ୍ଚ କଲେ “ଟ୍ରାନ୍ସପ୍ୟାରେଣ୍ଟ ଟାକ୍ସସେସନ” ବ୍ୟବସ୍ଥା

୭୪ ତମ ସ୍ୱାଧୀନତା ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଟ୍ୟାକ୍ସ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆଣିବା ନେଇ ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି । ଶ୍ରୀ ମୋଦି “ଟ୍ରାନ୍ସପ୍ୟାରେଣ୍ଟ ଟାକ୍ସସେସନ” ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହି ନୂଆ ବ୍ୟବସ୍ଥା କର ଦାଖଲ ପ୍ରକ୍ରିୟାକୁ ସୁବ୍ୟସ୍ଥିତ କରିବା ସହ ଦୁର୍ନୀତିକୁ ମଧ୍ୟ ଅନେକ ପରିମାଣରେ ହ୍ରାସ କରିପାରିବ । ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ ଦେଶର ପ୍ରତ୍ୟକ ନାଗରିକ ଏହି ନୂଆ କର ବ୍ୟବସ୍ଥା ବାବଦରେ ଜାଣି ରଖିବା ଉଚିତ । କାରଣ ଏହି ନୂଆ ବ୍ୟବସ୍ଥା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଦେଶର ଅଧିକାଂଶ ନାଗରିକଙ୍କ ସହ ଜଡିତ । କର କାରବାରରେ ହେରଫେରକୁ ରୋକିବା ପାଇଁ ଏହି ନୂଆ ବ୍ୟବସ୍ଥାରେ ସମ୍ପତ୍ତି ବାବଦ କର, ଚିକିତ୍ସା, ଜୀବନ ବୀମା, ପ୍ରିମିୟମ ଭରିବା, ବ୍ୟାପାର ଶ୍ରେଣୀ ଏୟାରଲାଇନ୍ସ ଯାତ୍ରା ଓ ହୋଟେଲ ବିଲ ଆଦିକୁ ମଧ୍ୟ ସାମିଲ କରାଯାଇଛି ।

ଏହାର ଅର୍ଥ ଏହିକି ଯେ ଯଦି ଜଣେ ବ୍ୟକ୍ତି ୨୦ ହଜାର ଟଙ୍କାରୁ ଅଧିକ ହୋଟେଲ ବିଲ କିମ୍ବା ଚିକିତ୍ସା ବୀମା ପ୍ରମିୟମ ଭରୁଥିଲେ, ୫୦୦୦୦ଟଙ୍କାରୁ ଅଧିକ ଟଙ୍କାର ଜୀବନ ବୀମା, ୧ ଲକ୍ଷ ଟଙ୍କାରୁ ଅଧିକ ସ୍କୁଲ ଫି, ମୂଲ୍ୟବାନ ଜିନିଷ କ୍ରୟ , ସୁନା ଗହଣା, ସୌଖିନ ପଦାର୍ଥ କ୍ରୟ, ଅଥବା କୌଣସି ଅନୁଷ୍ଠାନକୁ ବଡ ଆକାରର ଦେୟ ଦେବାକୁ ଥିଲେ ସରକାରଙ୍କ ଠାରୁ ଅନୁମତି ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାବାଦ ସମ୍ପତ୍ତି କର ଓ ବିଦ୍ୟୁତ ବିଲ ବାବଦରେ ଯଦି ଯଥାକ୍ରମେ ୨୦୦୦୦ ଟଙ୍କା ଓ ଏକ ଲକ୍ଷ ଟଙ୍କାରୁ ଅଧିକ ହେଉଥାଏ ତେବେ ଏନେଇ ବି ସରକାରଙ୍କୁ ଜଣାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ନୀତି ନିୟମ ଗୁଡିକୁ ଫର୍ମ ନମ୍ବର 26 ASରେ ବର୍ଣ୍ଣନା କରାଯାଇଛି । ପୂର୍ବରୁ ଉଚ୍ଚ ମୂଲ୍ୟ ନେଣଦେଣ କାରବାରକୁ ବ୍ୟାଙ୍କ ଖାତା ସହ ଯୋଡ଼ା ଯିବା ନେଇ ବ୍ୟବସ୍ଥା ଥିବା ବେଳେ , କିନ୍ତୁ ନୂଆ ବ୍ୟବସ୍ଥାରେ ସମସ୍ତ ଆର୍ଥିକ ଅନୁଷ୍ଠାନ ସାମିଲ ହୋଇପାରିବେ ।

ଖାଲି ସେତିକି ନୁହେଁ ୩୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି କାରବାର, ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସେୟାର ନିବେଶ, ମ୍ୟୁଚୁଆଲ ଫଣ୍ଡ, କ୍ରେଡିଟ କାର୍ଡ, ୧୦ଲକ୍ଷ ଟଙ୍କାରୁ ଅଧିକ ଜମାରାଶିକୁ ଏହି ନେଣ ଦେଣ ଅନ୍ତର୍ଭୁକ୍ତ କରାଯାଇଛି । ଏହାବାଦ ଜମା ଖାତା ପାଇଁ ବ୍ୟାଙ୍କ ଗୁଡିକରେ ନଗଦ ଜମା ରାଶି ଜମା ସୀମାକୁ ୧୦ ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.