ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ, ମାର୍କଣ୍ଡ ପୁଷ୍କରିଣୀରେ ଏହି ଲୀଳା ହୋଇଥାଏ ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣ ଭାବାତ୍ମକ ବେଶର ଆଜି ଦ୍ୱିତୀୟ ଦିନ । ମଧ୍ୟାହ୍ନ ଧୂପ ପରେ ଆଜି କାଳୀୟ ଦଳନ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି । ଭାଦ୍ରବ ମାସ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀକୃଷ୍ଣ ଏକ ଭୟଙ୍କର ସର୍ପକୁ ଦଳନ କରିଥିଲେ । ଏହି ସ୍ମୃତିରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଥାଏ । ମାର୍କଣ୍ଡ ପୁଷ୍କରିଣୀରେ କାଳୀୟ ଦଳନ ଲୀଳା ଅନୁଷ୍ଠିତ ହୁଏ । ମହାପ୍ରଭୁ ଜଗନ୍ନାଥଙ୍କୁ କାଳୀୟ ଦଳନ ବେଶ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.