ଲଗାଣ ବର୍ଷାରେ ମାଲକାନଗିରି କାଙ୍ଗୁରକୋଣ୍ଡା ପୋଲ ଉପରେ ଭାସିଗଲା ଟ୍ରକ୍‌

ମାଲକାନଗିରି : ଲଗାଣ ବର୍ଷାରେ ଭାସିଗଲା ଟ୍ରକ୍‌ । ମାଲକାନଗିରି ଜିଲ୍ଲା କାଙ୍ଗୁରକୋଣ୍ଡା ପୋଲ ଉପରୁ ଟ୍ରକ୍‌ ଭାସିଗଲା । ପୋଲ ଉପରେ ୫ ଫୁଟର ପାଣି ଚାଲୁଥିବାବେଳେ ଟ୍ରକ୍‌ ପାର ହେଉଥିଲା । ଏହି ସମୟରେ ଟ୍ରକଟି ଭାସିଯାଇଥିଲା । ସ୍ଥାନୀୟ ଲୋକ ଡ୍ରାଇଭରକୁ ଉଦ୍ଧାର କରିଛନ୍ତି । ଜିଲ୍ଲାରେ ୫ ଦିନ ଧରି ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ମାଲକାନିଗିରିରୁ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.