Categories: କ୍ରୀଡା

ସୀମା ପାର୍ କଲେ ପାକିସ୍ତାନୀ ଫ୍ୟାନ୍, ପରିବାର ସହିତ ଯାଉଥିବା ସରଫରାଜଙ୍କୁ କହିଲେ ଅପଶବ୍ଦ

ୱାଲ୍ଡ କପ୍ ରେ ଭାରତଠାରୁ ପରାଜୟ କରିବା ପରେ ପାକିସ୍ତାନ କ୍ରିକେଟ ଟିମ୍ ଙ୍କୁ ସେମାନଙ୍କ ଫ୍ୟାନ୍ସମାନଙ୍କ ରୋଷର ଶିକାର ହେବାକୁ ପଡୁଛି । ଏହା ସହିତ ଅଧିକନାୟକ ସରଫରାଜ୍ ଅହମ୍ମଦଙ୍କୁ ମଧ୍ୟ ବହୁତ ସମାଲୋଚନା କରାଯାଉଛି। ଏହା କହିବାର ଅର୍ଥ ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ପାକିସ୍ତାନ ଫ୍ୟାନ୍ ପାକ୍ ଟିମ୍ ର ଅଧିନାୟକ ସରଫରାଜ୍ ଙ୍କୁ ଅପଶବ୍ଦ କହୁଥିବାର ନଜର ଆସୁଛନ୍ତି ।

ଇଂଲଣ୍ଡରେ ପରିବାର ସହିତ ବୁଲିବାକୁ ଯାଇଥିବାବେଳେ ସରଫରାଜଙ୍କ ସହିତ ଜଣେ ଫ୍ୟାନ୍ ନିଜର ସବୁ ସୀମା ପାର୍ କରି ଅପବ୍ୟବହାର କରିଥିଲେ ଏବଂ ତାଙ୍କୁ ବିଭିନ୍ନ ପ୍ରକାରର ଅପଶବ୍ଦ କହିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ବହୁଳ ଭାବେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ସରଫରାଜ୍ ନିଜ ଛୁଆଟିକୁ ଧରିଥିବାର ନଜର ଆସୁଛନ୍ତି ।

ଭିଡିଓରେ ଫ୍ୟାନ୍ ଜଣଙ୍କ କହିଛନ୍ତି କି, ଭାଇ, ଭାଇ ଆପ୍ #**## ଜୈସେ ମୋଟେ କ୍ୟୁନ୍ ହୋ । ଆପ #**## ଜୈସେ ମୋଟେ ହୋ କମ୍ ଡାଏଟ୍ କିୟା କରୋ । କିନ୍ତୁ ,ଏହାପରେ ମଧ୍ୟ ପାକ୍ ଅଧିନାୟକ ସରଫରାଜ୍ ନିଜର ରାଗକୁ ନଦେଖାଇ ସେହି କଥାକୁ ଅଣଦେଖା କରିଥିଲେ । ଏହାପରେ ନିଜ ଛୁଆଟିକୁ କୋଳକୁ ଉଠାଇ କିଛି ନକହି ସେଠାରୁ ଆଗକୁ ବଢିଥିଲେ । ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଅଧିନାୟକ ସରଫରାଜ୍ ଅହମ୍ମଦଙ୍କ ଫ୍ୟାନ୍ସ ମାନେ ମୋଟା ମୋଟା କହି ଚିଡାଇଥିଲେ । ଯାହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।

ଦେଖନ୍ତୁ ଭିଡିଓ :

Sonalisa

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

13 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

18 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago