ସୀମା ପାର୍ କଲେ ପାକିସ୍ତାନୀ ଫ୍ୟାନ୍, ପରିବାର ସହିତ ଯାଉଥିବା ସରଫରାଜଙ୍କୁ କହିଲେ ଅପଶବ୍ଦ

ୱାଲ୍ଡ କପ୍ ରେ ଭାରତଠାରୁ ପରାଜୟ କରିବା ପରେ ପାକିସ୍ତାନ କ୍ରିକେଟ ଟିମ୍ ଙ୍କୁ ସେମାନଙ୍କ ଫ୍ୟାନ୍ସମାନଙ୍କ ରୋଷର ଶିକାର ହେବାକୁ ପଡୁଛି । ଏହା ସହିତ ଅଧିକନାୟକ ସରଫରାଜ୍ ଅହମ୍ମଦଙ୍କୁ ମଧ୍ୟ ବହୁତ ସମାଲୋଚନା କରାଯାଉଛି। ଏହା କହିବାର ଅର୍ଥ ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ପାକିସ୍ତାନ ଫ୍ୟାନ୍ ପାକ୍ ଟିମ୍ ର ଅଧିନାୟକ ସରଫରାଜ୍ ଙ୍କୁ ଅପଶବ୍ଦ କହୁଥିବାର ନଜର ଆସୁଛନ୍ତି ।

ଇଂଲଣ୍ଡରେ ପରିବାର ସହିତ ବୁଲିବାକୁ ଯାଇଥିବାବେଳେ ସରଫରାଜଙ୍କ ସହିତ ଜଣେ ଫ୍ୟାନ୍ ନିଜର ସବୁ ସୀମା ପାର୍ କରି ଅପବ୍ୟବହାର କରିଥିଲେ ଏବଂ ତାଙ୍କୁ ବିଭିନ୍ନ ପ୍ରକାରର ଅପଶବ୍ଦ କହିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ବହୁଳ ଭାବେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ସରଫରାଜ୍ ନିଜ ଛୁଆଟିକୁ ଧରିଥିବାର ନଜର ଆସୁଛନ୍ତି ।

pakଭିଡିଓରେ ଫ୍ୟାନ୍ ଜଣଙ୍କ କହିଛନ୍ତି କି, ଭାଇ, ଭାଇ ଆପ୍ #**## ଜୈସେ ମୋଟେ କ୍ୟୁନ୍ ହୋ । ଆପ #**## ଜୈସେ ମୋଟେ ହୋ କମ୍ ଡାଏଟ୍ କିୟା କରୋ । କିନ୍ତୁ ,ଏହାପରେ ମଧ୍ୟ ପାକ୍ ଅଧିନାୟକ ସରଫରାଜ୍ ନିଜର ରାଗକୁ ନଦେଖାଇ ସେହି କଥାକୁ ଅଣଦେଖା କରିଥିଲେ । ଏହାପରେ ନିଜ ଛୁଆଟିକୁ କୋଳକୁ ଉଠାଇ କିଛି ନକହି ସେଠାରୁ ଆଗକୁ ବଢିଥିଲେ । ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଅଧିନାୟକ ସରଫରାଜ୍ ଅହମ୍ମଦଙ୍କ ଫ୍ୟାନ୍ସ ମାନେ ମୋଟା ମୋଟା କହି ଚିଡାଇଥିଲେ । ଯାହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.