କଣ ଆପଣ ରୂପି ଏବଂ ଶୁଷ୍କ କେଶ ପାଇଁ ଚିନ୍ତିତ କି? ତେବେ ବ୍ୟବହାର କରନ୍ତୁ ଟମାଟୋ ମାସ୍କ

ଟମାଟୋ ପାଟିକୁ ଯେପରି ସୁଆଦିଆ ଲାଗିଥାଏ ସେପରି ଶରୀର ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଏଥିରେ ଥିବା ଭିଟାମିନ ଏବଂ ମିନେରାଲ୍ସ ସ୍ବାସ୍ଥ୍ୟ ସହ କେଶ ଏବଂ ତ୍ବଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଯଦି ଆପଣଙ୍କ କେଶ ରୂପି ହେବା କାରଣରୁ ଶୁଷ୍କ ହୋଇଯାଇଥାଏ, ତେବେ ଆପଣ ଏହି ସମସ୍ୟା ପାଇଁ ବିଲକୁଲ୍ ଚିନ୍ତା କରନ୍ତୁ ନାହିଁ। କାରଣ ଆଜି ଆମେ କହିବୁ ଟମାଟ ବ୍ୟବହାର ଦ୍ବାରା କେଶରୁ କିଭଳି ରୂପି ସମସ୍ୟା ଦୂର ହୋଇଥାଏ।

-ପ୍ରଥମେ ଟମାଟ ଜୁସ୍ ପ୍ରସ୍ତୁତ କରି ଏହାକୁ ତେଲ ଭଳି କେଶରେ ଳଗାନ୍ତୁ। ଏହା ଆପଣଙ୍କ କେଶରୁ ରୂପି ସମସ୍ୟା ଦୂର କରିବା ସହ କେଶକୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ। ଯଦି ଆପରଙ୍କ କୋରେ ରୂପି ସମସ୍ୟା ବଢିଯାଇଥାଏ ତେବେ ଟମାଟ ଜୁସ୍ ରେ ମହୁ ମିଶାଇ ହେୟାର ମାସ୍କ ପ୍ରସ୍ତୁତ କରି କେଶରେ ଲଗାନ୍ତୁ। ଏହକୁ ଲଗାଇ ୩୦ ମିନିଟ୍ ପର‌୍ୟ୍ୟନ୍ତ ରଖିବା ପରେ ଭଳଭାବେ କେଶକୁ ଧୋଇଦିଅନ୍ତୁ।

Tomato Honey-ଟମାଟ ଜୁସ୍ କେଶରେ ଲଗାଇବା ଦ୍ବାରା କେଶରେ ଚମକ ଆସିବା ସହ ସୁନ୍ଦର ଦେଖାଯାଇଥାଏ।

-ଏହି ଜୁସ୍ ମଧ୍ୟ କେଶର ଦୁର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ କରିଥାଏ।

-ଟମାଟର ଜୁସ୍ ବ୍ୟବହାର କରିବା ଦ୍ବାରା ଶୁଷ୍କ ଏବଂ ମୃତ କେଶ ଘନ ହୋଇଥାଏ। ଏହା ପ୍ୟତୀତ ଯଦି ଆପଣଙ୍କ ମୁଣ୍ଡ କୁଣ୍ଡେଇ ହୋଇଥାଏ, ତେବେ ଆପଣ ପ୍ରତ୍ୟେକ ଦିନ ଟମାଟ ଜୁସ୍ ସହ ତେଲ ମିଶାଇ ମୁଣ୍ଡରେ ଲଗାଇବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

-ଟମାଟରେ ଥିବା ଭିଟାମିନ-ଏ, ସି ଏବଂ ଇ କେଶକୁ ମଜବୁତ୍ ରଖିଥାଏ। ଏହାକୁ ବ୍ୟବହାର କରିବା ଦ୍ବାରା କେଶ ଫାଟି ନଥାଏ ଏବଂ କେଶ ମୋଟା ହୋଇଥାଏ।