ବିଧିବଦ୍ଧ ଭାବେ ବିଜେପିରେ ମିଶିଲେ ପୂର୍ବତନ ଆଇଏଏସ୍‌ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର(କେନ୍ୟୁଜ୍) : ରାଜନୀତିରେ ଆଉ ଜଣେ ପୂର୍ବତନ ଆଇଏଏସ୍‌। ବିଜେପିରେ ମିଶିଲେ ପୂର୍ବତନ ଆଇଏଏସ୍‌ ଅଶ୍ୱିନୀ ବୈଷ୍ଣବ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ସେ ବିଜେପିରେ ଯୋଗ ହୋଇଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି। ଗତକାଲି ତାଙ୍କ ନାଁ ଘୋଷଣା କରିଥିଲା ଦଳ। ୧୯୯୪ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏସ୍‌ ଅଶ୍ୱିନୀ ବୈଷ୍ଣବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ କାର୍ଯ୍ୟାଳୟର ସେ ଉପସଚିବ ଥିଲେ। ଏହାସହ କଟକ ଓ ବାଲେଶ୍ୱର ଜିଲ୍ଲାପାଳ ଭାବରେ ସେ କାର୍ଯ୍ୟ କରିଛନ୍ତି। ଏବେ ରାଜନୀତିରେ ପ୍ରବେଶ କରିଛନ୍ତି ଅଶ୍ୱିନୀ। ବିଜେପିରେ ଯୋଗ ଦେବା ପରେ ଅଶ୍ୱିନୀ ପୂଜାରୀ କହିଛନ୍ତି, ରାଜ୍ୟର ବିକାଶ ପାଇଁ ସେ କାମ କରିବେ।

You might also like