ଆଜିକାଲି ଚଟପଟା ମୋମୋଜ୍ ର ଚାହିଦା, ଜାଣନ୍ତୁ ଚୀନ୍ ରୁ ଏହି ଡିସ୍ କିପରି ଆସିଲା ଭାରତକୁ

ବର୍ତ୍ତମାନ ଭାରତରେ ସବୁଠାରୁ ଲୋକପ୍ରିୟ ଖାଦ୍ୟ ହେଉଛି ମୋମୋ। ଆମିଷ ହେଉ ବା ନିରାମିଷ ମୋମୋଜ୍ ଖାଇବାକୁ ନେଇ ଛୋଟ ପିଲାଙ୍କ ଠାରୁ ବୟସ୍କ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଥାଏ। ସ୍କୁଲ, କଲେଜ, ଅଫିସ୍ ଏବଂ ସପିଙ୍ଗ ମଲ୍ ଏହି ସମସ୍ତ ସ୍ଥାନରେ ନିଶ୍ଚିନ୍ତ ମୋମୋଜ୍ ଦେଖିବାକୁ ମିଳିଥାଏ। ଗରମ ହେଉ ବା ଥଣ୍ଡା, ମୋମୋଜ୍ ଖାଇବା ପାଇଁ ପ୍ରତ୍ୟେକ ଋତୁରେ ଆଗ୍ରହ ଦେଖିବାକୁ ମିଳିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଭାରତରେ ମୋମୋ ପହଞ୍ଚିବା ପାଇଁ କେତେ ବାଟ ଯାତ୍ରା କରିବାକୁ ପଡ଼ିଥିଲା। ଚଟପଟା ଓ ସ୍ବାଦିଷ୍ଟ ମୋମୋଜ୍ କୁ ଆପଣଙ୍କ ଖାଦ୍ୟରେ ସାମିଲ କରିବା ପାଇଁ ୩ହଜାର କିଲୋମିଟର ଠାରୁ ଅଧିକ ଯାତ୍ରା କରିବାକୁ ପଡ଼ିଥିଲା।

momoମୋମୋଜ୍ ହେଉଛି ତିବେତର ଖାଦ୍ୟ। ଏହା ଚୀନ୍ ର ମାଲପୁଆରୁ ପ୍ରଭାବିତ ହୋଇଛି। ଭାରତରେ ମୋମୋଜ୍ ବିକ୍ର କରିବା ପାଇଁ ନେପାଳ ଯାତ୍ରା ଆରମ୍ଭ କରିଥିଲା। ଉତ୍ତର-ପୂର୍ବ ରାଜ୍ୟରେ ଅବସ୍ଥିତ ସହର ଗୁଡିକରେ ମୋମୋଜ୍ ସବୁଠାରୁ ଲୋକପ୍ରିୟ ଷ୍ଟ୍ରିଟ୍ ଫୁଡ୍। ପାହାଡି ରାଜ୍ୟ ହିମାଞ୍ଚଳ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ମୋମୋଜ୍ ଖୁବ୍ ଲୋକପ୍ରିୟତା ରହିଛି। ଏହା ମଧ୍ୟ କୁହାଯାଇଥାଏ ତିବେତ୍ ପୂର୍ବରୁ ପ୍ରଥମେ ଚୀନ୍ ରେ ମୋମୋ ତିଆରି ହୋଇଥିଲା। କିନ୍ତୁ ସେଠାରେ ଏହାର ସ୍ବରୂପ ଅଲଗା ଥିଲା। ତିବେତ୍ ରେ ମୋମୋଜ ପ୍ରଥମେ କେବଳ ରସୁଣରେ ପ୍ରସ୍ତୁତ ହେଉଥିଲା। ଏହାପରେ ନେପାଳରେ ଏହାର ପ୍ରସ୍ତୁତି ସାମଗ୍ରୀରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା। ନେପାଳର କାଠମାଣ୍ଡୁରେ ପ୍ରତମେ ମୋମୋଜ୍ ମିଳିଥିଲା।

momosସୂଚନା ଅନୁଯାୟୀ ତିବେତ୍ ର ବ୍ୟବସାୟୀ ପ୍ରଥମେ ମୋମୋଜ୍ କୁ କାଠମାଣ୍ଡୁ ଆଣିଥିଲେ। କିନ୍ତୁ ବର୍ତ୍ତମାନ ପର‌୍ୟ୍ୟନ୍ତ ମୋମୋଜ୍ ଉତ୍ପତିକୁ ନେଇ ସଠିକ୍ ତଥ୍ୟ ମିଳିନାହିଁ। ବାସ୍ତବରେ ତିବେତ୍ ର ସଂସ୍କୃତି ଓ ଖାଦ୍ୟ-ପାନୀୟ ଚୀନ୍ ଏବଂ ମଂଗୋଲ ଦ୍ବାରା ପ୍ରଭାବିତ ହୋଇଥିଲା। ଏଥିରୁ ଜଣାପଡେ ଚୀନ୍ ରୁ ତିବେତ୍ ଆସିଛି ମୋମୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.