କ୍ରୀଡା

ଫ୍ୟାନ୍‌ମାନଙ୍କୁ ପସନ୍ଦ ଆସିଲାନି ପାକିସ୍ତାନ ମହିଳା କ୍ରିକେଟ ଟିମ୍‌ର ଏହି ଡ୍ୟାନ୍ସ ଭିଡିଓ, କିଏ କହିଲା ‘ଡାହାଣୀ’ ତ କିଏ କହିଲା ‘ଚିୟରଲିଡର୍ସ’!

ଅଷ୍ଟ୍ରେଲିଆରେ ଆଇସିସି ମହିଳା ଟି-୨୦ ଓ୍ଵାର୍ଲ୍ଡ କପ୍‌-୨୦୨୦ ଆରମ୍ଭ ହେବାର ମାତ୍ର ଗୋଟିଏ ଦିନ ବିତିଛି। ଆଉ ଟିମ୍‌ଗୁଡ଼ିକ ନିଜକୁ ପଜିଟିଭ୍‌ ରଖିବା ପାଇଁ ପୂରା ଚେଷ୍ଟା ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ମହିଳା କ୍ରିକେଟ ଟିମ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଖେଳାଳିମାନେ ମୁହଁରୁ ମ୍ୟୁଜିକ୍‌ ବଜାଇ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଆଇସିସି ଏବଂ ଓ୍ଵାର୍ଲ୍ଡ କପ୍‌ର ଅଫିସିଆଲ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ପାକିସ୍ତାନ ଟିମ୍‌ର ଅଲ୍‌ରାଉଣ୍ଡର ଇରମ୍‌ ଜାଭେଦ୍‌ ବ୍ୟାଟ୍‌କୁ ମ୍ୟୁଜିକାଲ୍‌ ଇନ୍‌ଷ୍ଟମେଣ୍ଟ ଭଳି ଉପଯୋଗ କରୁଛନ୍ତି ଏବଂ ମୁହଁରୁ ଶବ୍ଦ ବାହାର କରୁଛନ୍ତି। ତାଙ୍କର ଅନ୍ୟ ସାଥୀ ଖେଳାଳିମାନେ ଏହା ଉପରେ ଡ୍ୟାନ୍ସ କରୁଛନ୍ତି। ଆଇସିସି ଏହି ଭିଡିଓକୁ ଶେୟାର କରି କ୍ୟାପସନ ଦେଇଛି, ‘ପାକିସ୍ତାନ ମହିଳା ଟିମ୍‌ ପ୍ରକୃତରେ ରକ୍‌ଷ୍ଟାର ଅଟେ’…!!

ରାଗିଗଲେ ପାକିସ୍ତାନୀ ଫ୍ୟାନ୍ସ

ମହିଳା ଟିମ୍‌ର ଏହି ଡ୍ୟାନ୍ସ ଭିଡିଓ ଫ୍ୟାନ୍‌ମାନଙ୍କୁ ଆଦୌ ପସନ୍ଦ ଆସିନି। ଜଣେ ପାକିସ୍ତାନୀ ୟୁଜର ଲେଖିଛନ୍ତି, ‘ଯୁବତୀମାନଙ୍କୁ ଏହି କାମ ଶୋଭା ଦେଇ ନ ଥାଏ। ସେଥିରେ ପୁଣି ଏମିତି ହରକତ…ଏହା ଡ୍ୟାନ୍ସ ପାର୍ଟି ନା ଆଇସିସି ଅଫିସିଆଲ…ତୁମକୁ ଲଜ୍ଜା ଲାଗିବା ଦରକାର’।

ସେହିପରି ଆଉ ଜଣେ ୟୁଜର ସେମାନଙ୍କୁ ଚିୟରଲିଡର୍ସ ବୋଲି କହିଥିଲେ। ଜଣେ ମହିଳା ଫ୍ୟାନ୍‌ ଲେଖିଥିଲେ, ‘ସବୁ ଜାଗାରେ ମସ୍ତି କରିବା ଜରୁରୀ ହୋଇଥାଏ, ପଡ଼ୋଶୀ ଦେଶର ଚୁଡୈଲ…’। ଅନ୍ୟ ଜଣେ ଲେଖିଥିଲେ, ‘କାଶ୍‌, କ୍ରିକେଟ ଟିକେ ଶିଖି ଯାଇଥାଆନ୍ତ, ବାକି ସବୁ କାମରେ ଏକ୍ସପର୍ଟ ଅଛ’। କିନ୍ତୁ କିଛି ଭାରତୀୟ ଉକ୍ତ ମହିଳା ଟିମ୍‌କୁ ସପୋର୍ଟ କରିଥିବା ଦେଖାଯାଇଛି।

Roshni

Recent Posts

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

31 mins ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

33 mins ago

ଅଦ୍ୱିତୀୟ କାରିଗର ହରେକୃଷ୍ଣ ମହାରଣା, ଯାହାଙ୍କ ହାତର ସ୍ପର୍ଶରେ ମାଟି ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

36 mins ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

43 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

45 mins ago

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

59 mins ago