ଫ୍ୟାନ୍ମାନଙ୍କୁ ପସନ୍ଦ ଆସିଲାନି ପାକିସ୍ତାନ ମହିଳା କ୍ରିକେଟ ଟିମ୍ର ଏହି ଡ୍ୟାନ୍ସ ଭିଡିଓ, କିଏ କହିଲା ‘ଡାହାଣୀ’ ତ କିଏ କହିଲା ‘ଚିୟରଲିଡର୍ସ’!
ଅଷ୍ଟ୍ରେଲିଆରେ ଆଇସିସି ମହିଳା ଟି-୨୦ ଓ୍ଵାର୍ଲ୍ଡ କପ୍-୨୦୨୦ ଆରମ୍ଭ ହେବାର ମାତ୍ର ଗୋଟିଏ ଦିନ ବିତିଛି। ଆଉ ଟିମ୍ଗୁଡ଼ିକ ନିଜକୁ ପଜିଟିଭ୍ ରଖିବା ପାଇଁ ପୂରା ଚେଷ୍ଟା ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ମହିଳା କ୍ରିକେଟ ଟିମ୍ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଖେଳାଳିମାନେ ମୁହଁରୁ ମ୍ୟୁଜିକ୍ ବଜାଇ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଆଇସିସି ଏବଂ ଓ୍ଵାର୍ଲ୍ଡ କପ୍ର ଅଫିସିଆଲ ଟୁଇଟର ପେଜ୍ରେ ଶେୟାର କରାଯାଇଛି।
🎤💥
The @TheRealPCB team are absolute rockstars! pic.twitter.com/F4EODVhcfI
— ICC (@ICC) February 19, 2020
ଭିଡିଓରେ ଦେଖିବାକୁ ମିଳୁଛି ଯେ ପାକିସ୍ତାନ ଟିମ୍ର ଅଲ୍ରାଉଣ୍ଡର ଇରମ୍ ଜାଭେଦ୍ ବ୍ୟାଟ୍କୁ ମ୍ୟୁଜିକାଲ୍ ଇନ୍ଷ୍ଟମେଣ୍ଟ ଭଳି ଉପଯୋଗ କରୁଛନ୍ତି ଏବଂ ମୁହଁରୁ ଶବ୍ଦ ବାହାର କରୁଛନ୍ତି। ତାଙ୍କର ଅନ୍ୟ ସାଥୀ ଖେଳାଳିମାନେ ଏହା ଉପରେ ଡ୍ୟାନ୍ସ କରୁଛନ୍ତି। ଆଇସିସି ଏହି ଭିଡିଓକୁ ଶେୟାର କରି କ୍ୟାପସନ ଦେଇଛି, ‘ପାକିସ୍ତାନ ମହିଳା ଟିମ୍ ପ୍ରକୃତରେ ରକ୍ଷ୍ଟାର ଅଟେ’…!!
ରାଗିଗଲେ ପାକିସ୍ତାନୀ ଫ୍ୟାନ୍ସ
ମହିଳା ଟିମ୍ର ଏହି ଡ୍ୟାନ୍ସ ଭିଡିଓ ଫ୍ୟାନ୍ମାନଙ୍କୁ ଆଦୌ ପସନ୍ଦ ଆସିନି। ଜଣେ ପାକିସ୍ତାନୀ ୟୁଜର ଲେଖିଛନ୍ତି, ‘ଯୁବତୀମାନଙ୍କୁ ଏହି କାମ ଶୋଭା ଦେଇ ନ ଥାଏ। ସେଥିରେ ପୁଣି ଏମିତି ହରକତ…ଏହା ଡ୍ୟାନ୍ସ ପାର୍ଟି ନା ଆଇସିସି ଅଫିସିଆଲ…ତୁମକୁ ଲଜ୍ଜା ଲାଗିବା ଦରକାର’।
ସେହିପରି ଆଉ ଜଣେ ୟୁଜର ସେମାନଙ୍କୁ ଚିୟରଲିଡର୍ସ ବୋଲି କହିଥିଲେ। ଜଣେ ମହିଳା ଫ୍ୟାନ୍ ଲେଖିଥିଲେ, ‘ସବୁ ଜାଗାରେ ମସ୍ତି କରିବା ଜରୁରୀ ହୋଇଥାଏ, ପଡ଼ୋଶୀ ଦେଶର ଚୁଡୈଲ…’। ଅନ୍ୟ ଜଣେ ଲେଖିଥିଲେ, ‘କାଶ୍, କ୍ରିକେଟ ଟିକେ ଶିଖି ଯାଇଥାଆନ୍ତ, ବାକି ସବୁ କାମରେ ଏକ୍ସପର୍ଟ ଅଛ’। କିନ୍ତୁ କିଛି ଭାରତୀୟ ଉକ୍ତ ମହିଳା ଟିମ୍କୁ ସପୋର୍ଟ କରିଥିବା ଦେଖାଯାଇଛି।