ଡାଇବେଟିସ ରୋଗୀଙ୍କ ପାଇଁ ଅମୃତ ସଦୃଶ ହୋଇଥାଏ ଏହି ଖାଦ୍ୟ, ଏଥିରୁ ମିଳିଥାଏ ଅନେକ ଫାଇଦା

ଦିନ କୁ ଦିନ ବଦଳୁଥିବା ଜୀବନଶୈଳୀ ସହ ସମୟର ଅଭାବ କାରଣରୁ ଆଉ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ସେତେଟା ଧ୍ୟାନ ଦେଇପାରୁ ନାହାନ୍ତି । ଘରେ ବି ରୋଷେଇ ନକରିପାରିବା କାରଣରୁ ଅଧିକାଂଶ ସମୟରେ ବାହାରର ଜଙ୍କ ଫୁଡ, ଫାଷ୍ଟ ଫୁଡ ତେଲ ମସଲା ଯୁକ୍ତ ଖାଦ୍ୟ ଉପରେ ଅଧିକ ନିର୍ଭର କରିବାକୁ ପଡୁଛି । ଯାହାକି ପରବର୍ତ୍ତୀ ସମୟରେ ଗମ୍ଭୀର ରୋଗର ପ୍ରମୁଖ କାରଣ ପାଲଟୁଛି । ଏସବୁ ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ନିଜ ଦୈନନ୍ଦିନ ଜୀବନ ଶୈଳୀରେ କିଛିଟା ପରିବର୍ତ୍ତନ ଆଣିବା ନିହାତି ଜରୁରୀ ।

roti

ସେଥିପାଇଁ ପ୍ରତିଦିନ ସକାଳ ଜଳଖିଆରେ ବାସୀ ରୋଟୀ ସହ ଥଣ୍ତା କ୍ଷୀର ଖାଇବା ମଧ୍ୟ ନିହାତି ଉପକାରୀ । କାରଣ ରୁଟି ଆଉ କ୍ଷୀରରେ ଭରପୁର ମାତ୍ରାରେ ଭିଟାମିନ, କ୍ୟାଲସିୟମ, ଆଇରନ,ପ୍ରୋଟିନ ଆଦି ତତ୍ତ୍ୱ ଭରପୁର ମାତ୍ରାରେ ମହଜୂତ ଥାଏ । ଏକ୍ସପର୍ଟଙ୍କ ଅନୁଯାୟୀ ଏହାର ସେବନରେ ଶରୀରକୁ ଥଣ୍ଡା ବି ମିଳିଥାଏ । ଅନ୍ୟ ପକ୍ଷରେ ଡାଇବେଟିସ ଓ ବ୍ଲଡ଼ ପ୍ରେସର ରୋଗୀଙ୍କ ପାଇଁ ଏହା କୌଣସି ଅମୃତ ଠାରୁ କମ ନୁହେଁ । ତେବେ ଆସନ୍ତୁ ଜାଣିବା

ଏହାର ଅନ୍ୟ କେତେକ ଫାଇଦା ଗୁଡିକ ବିଷୟରେ:

– ରାତିର ବାସୀ ରୁଟିକୁ ସକାଳେ କ୍ଷୀରରେ ବୁଡାଇ ଖାଇବା ଦ୍ୱାରା ଶରୀରର ସୁଗାର ନିୟନ୍ତ୍ରଣରେ ରହିଥାଏ । ଏହାକୁ ପ୍ରତିଦିନ ସେବନ କଲେ ଡାଇବେଟିସ କଣ୍ଟ୍ରୋଲରେ ରହିବା ସହ ଏହାର ଲକ୍ଷଣ ବି ଆଉ ଦେଖାଯିବା ବି କମିଯାଏ ।

– ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲରେ ରଖିବାରେ ବି ଏହା ବିଶେଷ ଭୂମିକା ନିଭେଇ ଥାଏ ।

 

– ଉଚ୍ଚ ରକ୍ତଚାପ କାରଣରୁ ହେଉଥିବା ରୋଗ ମାନଙ୍କରୁ ଶରୀରକୁ ସୁରକ୍ଷା ମିଳିଥାଏ ।

roti and milk

-ରୁଟିକୁ ଥଣ୍ଡା କ୍ଷୀର ସହ ଖାଇଲେ ପେଟ ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକରୁ ବି କିଛିଟା ଆରାମ ମିଳିଥାଏ । କବ୍ଜ, ଦସ୍ତ, ଏସିଡ଼ିଟି ଆଦି ସମସ୍ୟାରୁ ଫାଇଦା ମିଳେ । ତେଣୁ ପେଟ ସମସ୍ୟା ଥିବା ଲୋକେ ନିଜ ଡାଏଟରେ ସାମିଲ କରିବା ଉଚିତ । ପାଚନ ତନ୍ତ୍ରକୁ ମଜବୂତ କରିବା, ପେଟ ଫୁଲିବା ରୋଗୀ ମାନଙ୍କ ପାଇଁ ଏହା ଏକ ଅମୁଲ୍ୟ ଔଷଧ ସଦୃଶ ହୋଇଥାଏ ।

– ସକାଳେ ଏହାକୁ ସେବନ କରିବା ଦ୍ୱାରା ଶରୀରର ତାପମାତ୍ରା ସାଧାରଣ ରହିଥାଏ । ଶରୀରର ବିଭିନ୍ନ ଅଂଶକୁ ଆରାମ ମିଳିଥାଏ ।

– ଯଦି ଆପଣ ଖୁବ ଦୁର୍ବଳ କିମ୍ବା ପତଳା । ତେବେ ଆପଣଙ୍କ ପାଇଁ ଏହା କୌଣସି ଟନିକ ଠାରୁ କମ ନୁହେଁ । ପ୍ରତିଦିନ ଜଳଖିଆ ହିସାବରେ ଏହାକୁ ଖାଇଲେ ଖୁବ କମ ଦିନ ଭିତରେ ଆପଣଙ୍କ ଶରୀର ହୃଷ୍ଟପୃଷ୍ଟ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.