ସିଙ୍ଗଲ କ୍ୟାମେରା ସ୍ମାର୍ଟଫୋନରେ କ୍ଲିକ କରନ୍ତୁ ଡୁଆଲ କ୍ୟାମେରା ଭଳି ଫଟୋ, ଜାଣନ୍ତୁ ଟ୍ରିକ୍ସ
ଆଜିର ଦୁନିଆରେ ଲୋକେ ସ୍ମାର୍ଟଫୋନ କିଣିବା ପୂର୍ବରୁ ତାର କ୍ୟାମେରା ଚେକ୍ କରନ୍ତି। ଏହାସହିତ ସୁନିଶ୍ଚିତ ହେଉଛନ୍ତି ଯେ ଏହି ଡିଭାଇସରେ ଅତିକମରେ ଦୁଇଟି ଅର୍ଥାତ ଡୁଆଲ କ୍ୟାମେରା ଅଛି ନା ନାହିଁ। କାହିଁକି ନା ଲୋକମାନେ ଏହି ଡୁଆଲ କ୍ୟାମେରା ଜରିଆରେ ବୋକେହ ଇଫେକ୍ଟ କିମ୍ବା ପୋଟ୍ରେଟ ମୋଡ୍ ସହିତ ସାନଦାର ଫଟୋଗ୍ରାଫି କରନ୍ତି। ସେହିପରି ଅନ୍ୟପଟେ ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସାଧାରଣ ଫୋନ ଅଛି।
ଏମାନେ ଡୁଆଲ କ୍ୟାମେରାର ଫିଚର୍ସ ପାଇପାରିବେ ନାହିଁ ଏବଂ ଇଫେକ୍ଟ ସହିତ ପୋଟ୍ରେଟ୍ ଫଟୋ ଉଠାଇ ପାରିବେନାହିଁ। ତେଣୁ ଆଜି ଆମେ ସେହି ଲୋକମାନଙ୍କ ପାଇଁ କିଛି ଜରୁରୀ ଟିପ୍ସ ନେଇ ଆସିଛୁ ଯେଉଁ ମାନଙ୍କ ପାଖରେ ନର୍ମାଲ କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ ରହିଛି। ଏହି ଟିପ୍ସ ଦ୍ୱାରା ସିଙ୍ଗଲ କ୍ୟାମେରା ବିଶିଷ୍ଟ ଫୋନରେ ଡୁଆଲ କ୍ୟାମେରା ଭଳି ଫଟୋ ଉଠାଇପାରିବେ। ତେବେ ଆସନ୍ତୁ ଜାଣିବା ଏହି ଟ୍ରିକ ବିଷୟରେ।
ଡୁଆଲ କ୍ୟାମେରା ଭଳି ଫଟୋ କେମିତି ଉଠାଇବେ ଜାଣନ୍ତୁ
ସର୍ବପ୍ରଥମେ ଏହଳ ଜାଣିବା ଜରୁରୀ ଯେ ବୋକେହ ଇଫେକ୍ଟ କାମ କିପରି କରିଥାଏ। ଆପଣଙ୍କୁ ଜଣାଇବାକୁ ଚାହିବୁ ଯେ ଲେନ୍ସ ବିଶିଷ୍ଟ ସ୍ମାର୍ଟଫୋନରେ ଗୋଟେ ଥରେ ଦୁଇଟା ପଟୋ କ୍ଲିକ ହୋଇଥାଏ ଏବଂ ଦୁଇଟାକୁ ଏକାସାଥିରେ ମିଶାଇ ଗୋଟିଏ ଫଟୋ ଦେଇଥାଏ। ଏହି ଇଫେକ୍ଟର ବ୍ୟବହାର DSLR କ୍ୟାମେରାରେ ବି ହୋଇଥାଏ। ତେବେ ଆସନ୍ତୁ ଜାଣିବା ନିଜ ସିଙ୍ଗଲ କ୍ୟାମେରା ବିଶିଷ୍ଟ ଫୋନରେ ଏହାର ବ୍ୟବହାର କେମିତି କରିବେ।
ଯଦି ଆପଣଙ୍କ ପାଖରେ ରିୟର କ୍ୟାମେରାରେ ସିଙ୍ଗଲ କ୍ୟାମେରା ବିଶିଷ୍ଟ ଆଣ୍ଡ୍ରଏଡ୍ ଫୋନ୍ ରହିଛି ତେବେ ଆପଣ AfterFocus ନାମକ ଏକ ଆପ୍ ନିଜ ଫୋନରେ ଡାଉନଲୋଡ୍ କରିପାରିବେ। ଏହି ଆପ୍ ସାହାଯ୍ୟରେ ଆପଣ ଫଟୋର ବ୍ୟାକଗ୍ରାଉଣ୍ଡରେ ବ୍ଲର ଅର୍ଥାତ ଝାପସା କରିପାରିବେ।
ଏହାଛଡା DOF Simulator ମଧ୍ୟ ଏକ ଆଣ୍ଡ୍ରଏଡ୍ ଆପ୍। ଏହି ଆପ୍ ସାହାଯ୍ୟରେ ଆପଣ ବ୍ୟାକଗ୍ରାଉଣ୍ଡ ବ୍ଲର ଫଟୋ ଉଠାଇପାରିବେ।