ଶେଷରେ ଆଖି ବୁଜିଲେ ମିନାକ୍ଷୀ, ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଦେହରେ କିରୋସିନ୍‌ ଢାଳି କରିଥିଲେ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ମୃତ୍ୟୁ ସହ ସଂଗ୍ରହ କରି ଶେଷରେ ଆଖି ବୁଜିଲେ ମିନାକ୍ଷୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ଏକ ମାମଲାରେ ପୁଅର ଗିରଫଦାରୀ ପ୍ରତିବାଦରେ ଗତ ୧୨ ତାରିଖରେ ଗୁହାରୀ କରିବାକୁ ଯାଇ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଦେହରେ କିରୋସିନ୍‌ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ମେଡିକାଲ ପରେ କଟକ ଶେଷରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସରକାର ମିନାକ୍ଷୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.