Below header

ଫିଲ୍ମଫେୟାରରେ ନାମ ନଆସିବା ନେଇ ଅସନ୍ତୋଷ ପ୍ରକାଶ କଲେ ୟାମୀଙ୍କ ଫ୍ୟାନ୍ସ, ଏହାପରେ ଏଭଳି ମନ୍ତବ୍ୟ ଦେଲେ ଅଭିନେତ୍ରୀ

ୟାମୀ ଗୌତମଙ୍କ ଫ୍ୟାନ୍ସ ଫିଲ୍ମଫେୟାର ପୁରସ୍କାରରେ ‘ବାଲା’ ପାଇଁ ତାଙ୍କୁ ନାମାଙ୍କିତ କରାଯାଇନଥିବାକୁ ନେଇ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଏକ ପତ୍ର ଜରିଆରେ ନିଜ ଫ୍ୟାନ୍ସଙ୍କୁ ଖାସ୍‌ ମେସେଜ୍‌ ଦେଇଛନ୍ତି। ସୂଚନା ମୁତାବକ ୟାମୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଘଟଣାକୁ ନେଇ କିଛି ମେସେଜ୍‌ ଲେଖି ସେୟାର କରିବା ପରେ ତାଙ୍କ ମେସେଜ୍‌କୁ ବିକ୍ରାନ୍ତ ମୈସୀ, ଆୟୁଷ୍ମାନ ଖୁରାନା, କାଜଲ ଅଗ୍ରଓ୍ଵାଲ, ବରୁଣ ଧଓ୍ଵନ, ଦିୟା ମିର୍ଜା, ତାହିରା କଶ୍ୟପ ଏବଂ ଆଦିତ୍ୟ ଧର ମଧ୍ୟ ଲାଇକ୍‌ କରିଛନ୍ତି।

Yami-Gautamୟାମୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି, ‘ଫିଲ୍ମ ବାଲା’ ପାଇଁ ମତେ ଅଣଦେଖା କରି ନାମାଙ୍କିତ ନକରାଯିବା ନେଇ ଅଗଣିତ ମେସେଜ୍‌ କାରଣରୁ ମୁଁ ନିଜ ପକ୍ଷ ରଖିବା ପାଇଁ ଅବରୋଧ ଅନୁଭବ କରୁଛି। ମୁଁ ସତ୍ୟନିଷ୍ଠାର ସହ କହିବାକୁ ଚାହେଁ ପୁରସ୍କାର ଜିତିବାର ଉପଲବ୍ଧି ଆତ୍ମବିଶ୍ୱାସକୁ ଆହୁରି ମଜବୁତ କରିଥାଏ କିନ୍ତୁ ଏହାଠାରୁ ଅଧିକ ନାମାଙ୍କନ ନିଜ ମଧ୍ୟରେ ନିଜର ପରିଶ୍ରମ ଏବଂ ସାମର୍ଥ୍ୟ ପ୍ରତି ଭଲପାଇବା ଏବଂ ସମ୍ମାନ ସ୍ୱରୂପ ହୋଇଥାଏ। ସମ୍ମାନୀୟ ନିର୍ଣ୍ଣାୟକ ମଣ୍ଡଳ ଏହି ପିଳ୍ମ ଜଗତ ପାଇଁ କିଛି ବରିଷ୍ଠ ସଦସ୍ୟଙ୍କ ମଧ୍ୟରେ ଜଣେ ଅଛନ୍ତି, ଯିଏ ସିନେମାରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଏହିକାରଣରୁ ମୁଁ ସମ୍ପୂର୍ଣ୍ଣ ଇଜ୍ଜତ ସହ ତାଙ୍କ ଭାବନାକୁ ସ୍ୱିକାର କରୁଛି।’

https://www.instagram.com/p/B8vsZZzFsrz/?utm_source=ig_web_copy_link

ସୂଚନା ମୁତାବକ ଫିଳ୍ମ ‘ବାଲା’ ଗତବର୍ଷ ୭ ନଭେମ୍ବରରେ ରିଲିଜ୍‌ ହୋଇଥିଲା। ଆୟୁଷ୍ମାନ ଖୁରାନା, ୟାମୀ ଗୌତମ ଏବଂ ଭୂମି ପେଡନକରଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଫିଲ୍ମଟି ବକ୍ସ ଅଫିସ୍‌ରେ ମଧ୍ୟ ସଫଳତା ହାସଲ କରିବା ସହ କଳାକାରଙ୍କ ଅଭିନୟ ଦର୍ଶକଙ୍କ ସହ କ୍ରିଟିକ୍ସମାନେ ମଧ୍ୟ ପ୍ରୋତ୍ସାହନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.