ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ ଜନ୍ମ ଦେବା ପରେ ତାଙ୍କ କ୍ରିକେଟର ସ୍ୱାମୀ ବିରାଟ କୋହଲି ନିଜ ଟୁଇଟର ବାୟୋକୁ ପରିବର୍ତ୍ତନ କରିଦେଇଛନ୍ତି। ଟୁଇଟରରେ ନିଜ ବାୟୋରେ ବିରାଟ କୋହଲି ନିଜକୁ ‘ଗର୍ବିତ ବାପା ଏବଂ ସ୍ୱାମୀ’ ବୋଲି ଲେଖିଛନ୍ତି। ସୂଚନାଥାଉ କି, ୧୧ ଜାନୁଆରୀରେ ଅନୁଷ୍କା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଏହି ସେଲିବ୍ରିଟି କପଲ ଝିଅକୁ ସମସ୍ତଙ୍କ ନଜରରୁ ଦୂରେଇ ରଖିଛନ୍ତି। ସେମାନେ ଝିଅର ଫଟୋକୁ ବି ସୋସିଆଲ ମିଡିଆରେ ଜାରି କରି ନାହାନ୍ତି।
କେବଳ ଏତିକି ନୁହେଁ, ଫଟୋଗ୍ରାଫରମାନଙ୍କୁ ବିରୁଷ୍କା ଏକ ପତ୍ର ପଠାଇ ସେମାନଙ୍କ ଝିଅର ଫଟୋ ନ ଉଠାଇବାକୁ ଅପିଲ୍ ମଧ୍ୟ କରିଛନ୍ତି। ଏହାସହିତ ଉପହାର ପଠାଇଛନ୍ତି। ପତ୍ରରେ ଲେଖା ହୋଇଛି କି, ‘ଆଶା ଅଛି, ଆପଣମାନେ ଆମ ପ୍ରାଇଭେସିକୁ ସମ୍ମାନ କରିବେ’। ବର୍ତ୍ତମାନ ବିରାଟ କୋହଲି ପ୍ୟାଟରନିଟି ଛୁଟିରେ ଅଛନ୍ତି ଏବଂ ପତ୍ନୀ ଅନୁଷ୍କା ଶର୍ମାଙ୍କ ଯତ୍ନ ଓ ଦେଖାଶୁଣାରେ ଲାଗିଛନ୍ତି। ଡିସେମ୍ବର ଶେଷ ସପ୍ତାହରେ ବିରାଟ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତକୁ ଛାଡ଼ି ଚାଲି ଆସିଥିଲେ।
କେନ୍ଦ୍ରାପଡ଼ା (କେନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…
ପୁରୀ(କେନ୍ୟୁଜ୍): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…
କେନ୍ୟୁଜ୍: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…
ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…
ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…
ଭୁବନେଶ୍ବର(କେନ୍ୟୁଜ୍): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…