କନ୍ୟା ସନ୍ତାନ ଜନ୍ମ ପରେ ବିରାଟ କୋହଲି ବଦଳାଇଲେ ନିଜ ଟୁଇଟର Bio, ଝିଅ ଓ ଅନୁଷ୍କାଙ୍କ ପାଇଁ ଲେଖିଲେ ଏମିତି କିଛି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ ଜନ୍ମ ଦେବା ପରେ ତାଙ୍କ କ୍ରିକେଟର ସ୍ୱାମୀ ବିରାଟ କୋହଲି ନିଜ ଟୁଇଟର ବାୟୋକୁ ପରିବର୍ତ୍ତନ କରିଦେଇଛନ୍ତି। ଟୁଇଟରରେ ନିଜ ବାୟୋରେ ବିରାଟ କୋହଲି ନିଜକୁ ‘ଗର୍ବିତ ବାପା ଏବଂ ସ୍ୱାମୀ’ ବୋଲି ଲେଖିଛନ୍ତି। ସୂଚନାଥାଉ କି, ୧୧ ଜାନୁଆରୀରେ ଅନୁଷ୍କା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଏହି ସେଲିବ୍ରିଟି କପଲ ଝିଅକୁ ସମସ୍ତଙ୍କ ନଜରରୁ ଦୂରେଇ ରଖିଛନ୍ତି। ସେମାନେ ଝିଅର ଫଟୋକୁ ବି ସୋସିଆଲ ମିଡିଆରେ ଜାରି କରି ନାହାନ୍ତି।

କେବଳ ଏତିକି ନୁହେଁ, ଫଟୋଗ୍ରାଫରମାନଙ୍କୁ ବିରୁଷ୍କା ଏକ ପତ୍ର ପଠାଇ ସେମାନଙ୍କ ଝିଅର ଫଟୋ ନ ଉଠାଇବାକୁ ଅପିଲ୍‌ ମଧ୍ୟ କରିଛନ୍ତି। ଏହାସହିତ ଉପହାର ପଠାଇଛନ୍ତି। ପତ୍ରରେ ଲେଖା ହୋଇଛି କି, ‘ଆଶା ଅଛି, ଆପଣମାନେ ଆମ ପ୍ରାଇଭେସିକୁ ସମ୍ମାନ କରିବେ’। ବର୍ତ୍ତମାନ ବିରାଟ କୋହଲି ପ୍ୟାଟରନିଟି ଛୁଟିରେ ଅଛନ୍ତି ଏବଂ ପତ୍ନୀ ଅନୁଷ୍କା ଶର୍ମାଙ୍କ ଯତ୍ନ ଓ ଦେଖାଶୁଣାରେ ଲାଗିଛନ୍ତି। ଡିସେମ୍ବର ଶେଷ ସପ୍ତାହରେ ବିରାଟ ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତକୁ ଛାଡ଼ି ଚାଲି ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.