କ୍ରୀଡା

ପ୍ରେମିକାଙ୍କ ଠାରୁ ଚାପୁଡା ଖାଇଲେ କ୍ରିକେଟର ମାଇକେଲ କ୍ଲାର୍କ, ଭିଡିଓ ଭାଇରଲ

ବିବାଦରେ ଅଷ୍ଟ୍ରେଲିଆ କ୍ରିକେଟରେ ମାଇକେଲ କ୍ଲାର୍କ । ମାଇକେଲ କ୍ଲାର୍କଙ୍କୁ ଚାପୁଡା ମାରିଲେ ପ୍ରେମିକା । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ୨୦୧୫ରେ ଅଷ୍ଟ୍ରେଲିଆକୁ ଦିନିକିଆ ବିଶ୍ୱକପ୍‌ ଜିତାଇଥିବା ମାଇକେଲ କ୍ଲାର୍କଙ୍କୁ ପ୍ରେମିକା ଚାପୁଡା ମାରୁଥିବା ଭିଡିଓ ଭାଇରଲ ହେବାରେ ଲାଗିଛି ।

ଭିଡିଓରେ କ୍ଲାର୍କଙ୍କ ପ୍ରେମିକା ଜେଡ ୟାରବୋଜ୍‌ ତାଙ୍କୁ ଚାପୁଡା ମାରୁଛନ୍ତି। କ୍ଲାର୍କଙ୍କ ପୋଷାକ ଖୋଲିବାକୁ ଚେଷ୍ଟା କରୁଛନ୍ତି। ଏହାସହିତ କ୍ଲାର୍କଙ୍କୂ ମାରିବା ସହିତ ଗାଳି ମଧ୍ୟ କରୁଛନ୍ତି । ଭିଡିଓରେ କ୍ଲାର୍କ ସାର୍ଟଲେସ ହୋଇ ପାର୍କରେ ଲୋକଙ୍କ ମଧ୍ୟରେ ଚାପୁଡା ଖାଉଛନ୍ତି । ତାଙ୍କ ପ୍ରେମିକା କହୁଛନ୍ତି, କ୍ଲାର୍କ ଅନ୍ୟ ଯୁବତୀଙ୍କ ସହିତ ସଂପର୍କରେ ରହିଛନ୍ତି। ଏହି କଥାକୁ ଖଣ୍ଡନ କରି ପ୍ରେମିକାକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି କ୍ଲାର୍କ। ଏହା ମିଛ ବୋଲି ବୁଝାଉଛନ୍ତି। ହେଲେ ପ୍ରେମିକା ବୁଝିବାକୁ ନାରାଜ ।

ତେବେ ଏହି ମାମଲାରେ ପୋଲିସ ଯାଞ୍ଚ କରୁଛନ୍ତି। ଯଦି ଏହା ସତ ପ୍ରମାଣିତ ହୁଏ, ତେବେ ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ହେବାକୁ ଥିବା ସିରିଜରେ କମେଣ୍ଟ୍ରି କଣ୍ଟ୍ରାକ୍ଟ ହରାଇ ପାରନ୍ତି କ୍ଲାର୍କ । ଏମିତି ହେଲେ ପାଖାପାଖି ୧୪୪,୦୦୦ ଡଲାର ପାଖାପାଖି କ୍ଷତି ସହିବାକୁ ହେବ ।

ସୂଚନାଯୋଗ୍ୟ, ମାଇକେଲ କ୍ଲାର୍କ ଅଷ୍ଟ୍ରେଲିଆ ପାଇଁ ୧୧୫ଟି ଟେଷ୍ଟ, ୨୪୫ ଦିନିକିଆ ଏବଂ ୩୪ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି । ସେ ଏହି କ୍ରମରେ ୮୬୪୩, ୭୯୮୧, ୪୮୮ ରନ୍‌ କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୨୦୧୫ ବିଶ୍ୱକପ ମ୍ୟାଚ୍‌ ଜିତିଥିଲା ।

Swagatika

Recent Posts

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

52 seconds ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

9 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

13 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

17 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

31 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

44 mins ago