ପ୍ରେମିକାଙ୍କ ଠାରୁ ଚାପୁଡା ଖାଇଲେ କ୍ରିକେଟର ମାଇକେଲ କ୍ଲାର୍କ, ଭିଡିଓ ଭାଇରଲ

ବିବାଦରେ ଅଷ୍ଟ୍ରେଲିଆ କ୍ରିକେଟରେ ମାଇକେଲ କ୍ଲାର୍କ । ମାଇକେଲ କ୍ଲାର୍କଙ୍କୁ ଚାପୁଡା ମାରିଲେ ପ୍ରେମିକା । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ୨୦୧୫ରେ ଅଷ୍ଟ୍ରେଲିଆକୁ ଦିନିକିଆ ବିଶ୍ୱକପ୍ ଜିତାଇଥିବା ମାଇକେଲ କ୍ଲାର୍କଙ୍କୁ ପ୍ରେମିକା ଚାପୁଡା ମାରୁଥିବା ଭିଡିଓ ଭାଇରଲ ହେବାରେ ଲାଗିଛି ।
ଭିଡିଓରେ କ୍ଲାର୍କଙ୍କ ପ୍ରେମିକା ଜେଡ ୟାରବୋଜ୍ ତାଙ୍କୁ ଚାପୁଡା ମାରୁଛନ୍ତି। କ୍ଲାର୍କଙ୍କ ପୋଷାକ ଖୋଲିବାକୁ ଚେଷ୍ଟା କରୁଛନ୍ତି। ଏହାସହିତ କ୍ଲାର୍କଙ୍କୂ ମାରିବା ସହିତ ଗାଳି ମଧ୍ୟ କରୁଛନ୍ତି । ଭିଡିଓରେ କ୍ଲାର୍କ ସାର୍ଟଲେସ ହୋଇ ପାର୍କରେ ଲୋକଙ୍କ ମଧ୍ୟରେ ଚାପୁଡା ଖାଉଛନ୍ତି । ତାଙ୍କ ପ୍ରେମିକା କହୁଛନ୍ତି, କ୍ଲାର୍କ ଅନ୍ୟ ଯୁବତୀଙ୍କ ସହିତ ସଂପର୍କରେ ରହିଛନ୍ତି। ଏହି କଥାକୁ ଖଣ୍ଡନ କରି ପ୍ରେମିକାକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି କ୍ଲାର୍କ। ଏହା ମିଛ ବୋଲି ବୁଝାଉଛନ୍ତି। ହେଲେ ପ୍ରେମିକା ବୁଝିବାକୁ ନାରାଜ ।
Michael Clarke and Karl Stefanovic squared off in a wild fracas in a public park, in which Clarke was slapped across the face by his girlfriend and accused of cheating. https://t.co/zu91HkJ3HJ
— Herald Sun (@theheraldsun) January 18, 2023
ତେବେ ଏହି ମାମଲାରେ ପୋଲିସ ଯାଞ୍ଚ କରୁଛନ୍ତି। ଯଦି ଏହା ସତ ପ୍ରମାଣିତ ହୁଏ, ତେବେ ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ହେବାକୁ ଥିବା ସିରିଜରେ କମେଣ୍ଟ୍ରି କଣ୍ଟ୍ରାକ୍ଟ ହରାଇ ପାରନ୍ତି କ୍ଲାର୍କ । ଏମିତି ହେଲେ ପାଖାପାଖି ୧୪୪,୦୦୦ ଡଲାର ପାଖାପାଖି କ୍ଷତି ସହିବାକୁ ହେବ ।
Michael Clarke is now in danger of losing out on commentary deal for the India vs Australia Border-Gavaskar Trophyhttps://t.co/ISTz4EANaH
— HT Sports (@HTSportsNews) January 21, 2023
ସୂଚନାଯୋଗ୍ୟ, ମାଇକେଲ କ୍ଲାର୍କ ଅଷ୍ଟ୍ରେଲିଆ ପାଇଁ ୧୧୫ଟି ଟେଷ୍ଟ, ୨୪୫ ଦିନିକିଆ ଏବଂ ୩୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ଏହି କ୍ରମରେ ୮୬୪୩, ୭୯୮୧, ୪୮୮ ରନ୍ କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୨୦୧୫ ବିଶ୍ୱକପ ମ୍ୟାଚ୍ ଜିତିଥିଲା ।