କ୍ରୀଡା

ସାତବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ କ୍ଲାର୍କ

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ ଓ ତାଙ୍କ ସ୍ତ୍ରୀ କେଲୀ ବୋଲ୍ଡିଙ୍କ ମଧ୍ୟରେ ୭ ବର୍ଷ ପରେ ବିବାହ ବିଚ୍ଛେଦ ହୋଇଛି। ଉଭୟ ବୁଝାମଣା ଭିତ୍ତିରେ ଏହି ନିଷ୍ପତ୍ତି ନେଇଥିବା କ୍ଲାର୍କ ପ୍ରକାଶ କରିଛନ୍ତି। ତାଙ୍କର ୪ ବର୍ଷର ଏକ ଝିଅ କେଲସି ଲି ରହିଛି। ଏହି ବିଚ୍ଛେଦ ପାଇଁ କ୍ଲାର୍କ ୪୦ ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

‘କିଛି ବର୍ଷ ଅଲଗା ହୋଇ ରହିବା ପରେ ଆମେ ପରସ୍ପର ବିଚ୍ଛେଦ ଭଳି କଠିନ ନିଷ୍ପତ୍ତି ନେଇଛୁ’ କ୍ଲାର୍କ ଓ କେଲୀ ଉଭୟ ଦି ଅଷ୍ଟ୍ରେଲିଆନ୍‌ ଖବରକାଗଜକୁ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ‘ଆମେ ପରସ୍ପରକୁ ବହୁତ ସମ୍ମାନ କରୁ ଏବଂ ସହମତି ଭିତ୍ତିରେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ। ଝିଅର ଦେଖାଶୁଣା ଆମେ ମିଳିତ ଭାବେ ନେବାକୁ ପ୍ରତିଶ୍ରୁତିବଦ୍ଧ’ ବୋଲି ଉଭୟ ଏହି ଅବସରରେ କହିଛନ୍ତି। ଉଭୟ କ୍ଲାର୍କ ଓ କେଲୀଙ୍କୁ ୩୮ ବର୍ଷ ହୋଇଥିବାବେଳେ ୨୦୧୨ରେ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୫ରେ କେଲ୍‌ସି ଜନ୍ମ ହୋଇଥିବାବେଳେ ଏହାର ଠିକ୍‌ ଗୋଟିଏ ମାସ ପରେ କ୍ଲାର୍କ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ଗତ ୫ ମାସ ହେବ କ୍ଲାର୍କ ଓ କେଲୀ ପରସ୍ପର ଅଲଗା ରହୁଥିଲେ। ପ୍ରକାଶଯୋଗ୍ୟ, କ୍ଲାର୍କ ୨୦୦୪ରୁ ୨୦୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପକ୍ଷରୁ ୧୧୫ ଟେଷ୍ଟ ଓ ୨୪୫ ଦିନିକିଆ ଖେଳି ଯଥାକ୍ରମେ ୮,୬୪୩ ଓ ୭,୯୮୧ ରନ ସଂଗ୍ରହ କରିଥିଲେ।

Swagatika

Recent Posts

ଦଙ୍ଗଲ ଅଭିନେତ୍ରୀ ଜାୟରା ଓ୍ଵାସିମଙ୍କ ପିତାଙ୍କ ନିଧନ, ଫ୍ୟାନ୍ସଙ୍କୁ ଏମିତି ଅପିଲ କଲେ ଜାୟରା

ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…

2 mins ago

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…

3 mins ago

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

28 mins ago

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

30 mins ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

31 mins ago

ମହାକାଳପଡ଼ା: ଗାତରେ ଫସିଗଲା ବଉଳା କୁମ୍ଭୀର

ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର ।  ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର ।  କେନ୍ଦ୍ରାପଡା…

45 mins ago