Image Credit: Twitter
କ୍ରିକେଟ୍ ପଛରେ ଲୋକମାନେ ପାଗଳ ବୋଲି ତ ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଭାରତରେ ଏବେ ବି ଟେନିସ୍ର ଲୋକପ୍ରିୟତା କାହିଁରେ କେତେ। ଟେନିସ୍ର ଲୋକପ୍ରିୟତା ଯେତିକି ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ କ୍ରେଜ୍ ମଧ୍ୟ ଭାରତରେ ସେତିକି। ତେବେ ନିକଟରେ ସାନିଆ ମିର୍ଜାଙ୍କୁ ନେଇ ପାକ୍ କ୍ରିକେଟର ବାବର ଆଜମ୍ ବଡ଼ ବୟାନ ଦେଇଛନ୍ତି। ସାନିଆଙ୍କୁ ସବୁଠୁ ଭଲ ଭାଉଜ ବୋଲି କହିଛନ୍ତି ବାବର ଆଜମ୍।
ଆମେ ସମସ୍ତେ ଜାଣୁ ଯେ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ପାକ୍ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରି ଏବେ ପାକିସ୍ତାନର ବୋହୂ ସାଜିଛନ୍ତି। ସେ ଦୃଷ୍ଟିରୁ ସାନିଆ ଏବେ ସବୁ ପାକ୍ କ୍ରିକେରଙ୍କ ଭାବି ବା ଭାଉଜ। ନିକଟରେ ଦୁବାଇରେ ଅନୁଷ୍ଠିତ ଟି-୨୦ ମ୍ୟାଚ୍ରେ ପାକିସ୍ତାନକୁ ସପୋର୍ଟ କରିବାକୁ ସାନିଆ ବି ସେଠାକୁ ଯାଇଥିଲେ। ଏଣୁ ଦୁବାଇରେ ଏବେ ସୋଏବ ଓ ପୂରା ଟିମ୍ ସହ ସମୟ କାଟୁଛନ୍ତି ସାନିଆ ମିର୍ଜା।
ଏନେଇ ଏକ ଇଣ୍ଟରଭ୍ୟୁରେ ବାବର ଆଜମ୍ କହିଥିଲେ ଯେ ସାନିଆ ମିର୍ଜାଙ୍କ ସହ ମୋର ଏକ ଭିନ୍ନ ସମ୍ପର୍କ ରହିଛି। କାରଣ ସେ ଆମ ସମସ୍ତଙ୍କର ସୁନା ଭାଉଜ, ଯାହା ସହ ଆମେ ସବୁ କଥା ସେୟାର କରିପାରୁ। କେବଳ ଏତିକି ନୁହେଁ ବାବର ଆଜମ୍ ଆହୁରି ମଧ୍ୟ କହିଛନ୍ତି- ସାନିଆଙ୍କ ସହ ମୁଁ ସବୁ କଥା ସେୟାର କରିପାରିବି। ତାଙ୍କର ଆଉ ମୋର ସମ୍ପର୍କ ସବୁଠୁ ଅଲଗା।
ବାବର ଆଜମ୍ଙ୍କର ଏହି ବୟାନ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି। କିଛି ଲୋକ ଏହାକୁ ସକାରାତ୍ମକ ଦିଗରେ ନେଇଥିବା ବେଳେ ଆଉ କିଛି ନକାରାତ୍ମକ ଢଙ୍ଗରେ ନେଇଛନ୍ତି। ଆଉ କିଛି ଲୋକ ଏହି କାରଣରୁ ସାନିଆଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…