Categories: କ୍ରୀଡା

ଦୌଡ଼ରେ ଜିତିପାରିଲେନି, କିନ୍ତୁ ଏମିତି କାମ କରି ଲୋକଙ୍କ ହୃଦୟ ଜିତିଗଲେ ଖେଳାଳୀ

ଦୋହାରେ ଚାଲୁଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ କ୍ରୀଡ଼ାଠୁ ଅଧିକ ମାନବିକତା ଦର୍ଶକଙ୍କ ହୃଦୟ ଜିତିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ୫୦୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଗିନୀ ବିସାଓର ବ୍ରାଇମା ଡାବୋ ଅରୁବାର ଗୁରୁତର ଜୋନାଥନ୍‌ ବସବୀକୁ ନିଜ କାନ୍ଧର ସାହାଯ୍ୟ ଦେଇ ରେସ୍‌ ପୂରା କରିଛନ୍ତି।

ଏହାସହ ପଢ଼ନ୍ତୁ: ଖେଳ ହେଲା କାଳ! ବକ୍ସିଂ କରିବା ବେଳେ ରିଂରେ ଚାଲିଗଲା ବକ୍ସରଙ୍କ ଜୀବନ, ଦେଖନ୍ତୁ ଭିଡିଓ

ଏହି ଦୃଶ୍ୟର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଡାବୋଙ୍କ ଏଭଳି ସାହାଯ୍ୟ ଗୁଣ ଦେଖି ପ୍ରଶଂସା କରିଛନ୍ତି। ବିଶ୍ୱ ଚାମ୍ପିୟନ୍‌ସିପ୍‌ର ୫୦୦୦ ମିଟରରେ ଶେଷ ଲ୍ୟାପ୍‌ରେ ଡାବୋ ଟ୍ରାକ୍‌ ଉପରେ ଅସୁସ୍ଥ ହୋଇପଡିଥିବା ବସବୀଙ୍କୁ ଉଠାଇ ଦୌଡ଼ ସମ୍ପୂର୍ଣ୍ଣ କରିଥିଲେ। ତେବେ ଦୁହେଁ ଜିତିନଥିଲେ ମଧ୍ୟ ଏହି ଦୃଶ୍ୟକୁ ଉପସ୍ଥିତ ଦର୍ଶକ ଖୁବ୍‌ ଉପଭୋଗ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି।

ଦେଖନ୍ତୁ ଭିଡ଼ିଓ:

ଶୁକ୍ରବାର ଖେଳାଳୀମାନେ ଷ୍ଟାଡିୟମ୍‌ରେ ପହଞ୍ଚିବା ବେଳେ ସେଠାକାର ତାପମାତ୍ରା ୩୭ ଡିଗ୍ରୀ ଥିଲା। ମାତ୍ର ୫୦ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଥିଲା। ଏଭଳି ପରିସ୍ଥିତିରେ ଦୌଡ଼ୁଥିବା ବେଳେ ବସବୀ ଦୁର୍ବଳ ହୋଇ ଟ୍ରାକ୍‌ରେ ପଡ଼ିଯାଇଥିଲେ। ତାଙ୍କୁ ଡାବୋ ସାହାଯ୍ୟ କରିବାକୁ ଯାଇ କାନ୍ଧର ସାହାରା ଦେଇ ଟ୍ରାକ୍‌ର ଶେଷ ମୁଣ୍ଡରେ ପହଞ୍ଚାଇଥିଲେ।

ଦୌଡ଼ ଶେଷ ହେବା ପରେ ଡାବୋ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମୋତେ ସେହି ସମୟରେ ଯାହା ଠିକ୍‌ ଲାଗିଲା ମୁଁ ସେଇୟା କଲି। ମୋ ସ୍ଥାନରେ ଆଉ କେହି ଥିଲେ ମଧ୍ୟ ଠିକ୍‌ ସେମିତି କରିଥାନ୍ତେ। ମୁଁ ଚାହୁଁଥିଲି ବସବୀ ଦୌଡ଼ ଶେଷ କରନ୍ତୁ ବୋଲି ଡାବୋ କହିଛନ୍ତି।

WCW 11

Recent Posts

ସର୍ଜରୀ ପରେ ସାମ୍ନାକୁ ଆସିଲା ରାଖୀଙ୍କ ପ୍ରଥମ ଭିଡିଓ, କଷ୍ଟ ଅନୁଭବ କରୁଥିବାର ଆସିଲେ ନଜର

ଆଜିକାଲି ରାଖୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାଖୀ ସାୱନ୍ତଙ୍କୁ…

4 mins ago

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

32 mins ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

48 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

1 hour ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

2 hours ago