ଦୌଡ଼ରେ ଜିତିପାରିଲେନି, କିନ୍ତୁ ଏମିତି କାମ କରି ଲୋକଙ୍କ ହୃଦୟ ଜିତିଗଲେ ଖେଳାଳୀ
ଦୋହାରେ ଚାଲୁଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ କ୍ରୀଡ଼ାଠୁ ଅଧିକ ମାନବିକତା ଦର୍ଶକଙ୍କ ହୃଦୟ ଜିତିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ୫୦୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଗିନୀ ବିସାଓର ବ୍ରାଇମା ଡାବୋ ଅରୁବାର ଗୁରୁତର ଜୋନାଥନ୍ ବସବୀକୁ ନିଜ କାନ୍ଧର ସାହାଯ୍ୟ ଦେଇ ରେସ୍ ପୂରା କରିଛନ୍ତି।
ଏହାସହ ପଢ଼ନ୍ତୁ: ଖେଳ ହେଲା କାଳ! ବକ୍ସିଂ କରିବା ବେଳେ ରିଂରେ ଚାଲିଗଲା ବକ୍ସରଙ୍କ ଜୀବନ, ଦେଖନ୍ତୁ ଭିଡିଓ
ଏହି ଦୃଶ୍ୟର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଡାବୋଙ୍କ ଏଭଳି ସାହାଯ୍ୟ ଗୁଣ ଦେଖି ପ୍ରଶଂସା କରିଛନ୍ତି। ବିଶ୍ୱ ଚାମ୍ପିୟନ୍ସିପ୍ର ୫୦୦୦ ମିଟରରେ ଶେଷ ଲ୍ୟାପ୍ରେ ଡାବୋ ଟ୍ରାକ୍ ଉପରେ ଅସୁସ୍ଥ ହୋଇପଡିଥିବା ବସବୀଙ୍କୁ ଉଠାଇ ଦୌଡ଼ ସମ୍ପୂର୍ଣ୍ଣ କରିଥିଲେ। ତେବେ ଦୁହେଁ ଜିତିନଥିଲେ ମଧ୍ୟ ଏହି ଦୃଶ୍ୟକୁ ଉପସ୍ଥିତ ଦର୍ଶକ ଖୁବ୍ ଉପଭୋଗ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି।
ଦେଖନ୍ତୁ ଭିଡ଼ିଓ:
Sport is about so much more than just your own performance.
👏👏 to Braima Suncar Dabo🇬🇼 and Jonathan Busby🇦🇼 at the #WorldAthleticsChamps pic.twitter.com/pYVeROMMYP
— IAAF (@iaaforg) September 27, 2019
ଶୁକ୍ରବାର ଖେଳାଳୀମାନେ ଷ୍ଟାଡିୟମ୍ରେ ପହଞ୍ଚିବା ବେଳେ ସେଠାକାର ତାପମାତ୍ରା ୩୭ ଡିଗ୍ରୀ ଥିଲା। ମାତ୍ର ୫୦ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଥିଲା। ଏଭଳି ପରିସ୍ଥିତିରେ ଦୌଡ଼ୁଥିବା ବେଳେ ବସବୀ ଦୁର୍ବଳ ହୋଇ ଟ୍ରାକ୍ରେ ପଡ଼ିଯାଇଥିଲେ। ତାଙ୍କୁ ଡାବୋ ସାହାଯ୍ୟ କରିବାକୁ ଯାଇ କାନ୍ଧର ସାହାରା ଦେଇ ଟ୍ରାକ୍ର ଶେଷ ମୁଣ୍ଡରେ ପହଞ୍ଚାଇଥିଲେ।
ଦୌଡ଼ ଶେଷ ହେବା ପରେ ଡାବୋ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମୋତେ ସେହି ସମୟରେ ଯାହା ଠିକ୍ ଲାଗିଲା ମୁଁ ସେଇୟା କଲି। ମୋ ସ୍ଥାନରେ ଆଉ କେହି ଥିଲେ ମଧ୍ୟ ଠିକ୍ ସେମିତି କରିଥାନ୍ତେ। ମୁଁ ଚାହୁଁଥିଲି ବସବୀ ଦୌଡ଼ ଶେଷ କରନ୍ତୁ ବୋଲି ଡାବୋ କହିଛନ୍ତି।