ରଣବୀରଙ୍କ ଜନ୍ମଦିନରେ ଏଭଳି ନିଆରା ଅନ୍ଦାଜ୍ରେ ଶୁଭେଚ୍ଛା ଜଣାଇଲେ ଆଲିଆ
ରଣବୀର କପୁର ଆଜି ୩୭ ବର୍ଷରେ ପଦାର୍ପଣ କଲେ। ଜନ୍ମଦିନ ଅବସରରେ ପରିବାର, ସେଲିବ୍ରିଟି, ଫ୍ୟାନ୍, ଫଲୋୟର୍ସଙ୍କ ତରଫରୁ ଆଜି ଏହି ଚକୋଲୋଟ୍ ହିରୋଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏ ଅବସରରେ ଆଲିଆ ଭଟ୍ଟ ମଧ୍ୟ ନିଆରା ଅନ୍ଦାଜ୍ରେ ରଣବୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଲିଆ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରଣବୀରଙ୍କର ଏକ ଫଟୋ ସେୟାର କରି ହାପି ବର୍ଥ ଡେ ଲେଖିଛନ୍ତି।
ସେୟାର କରିଥିବା ଏହି ଫଟୋ ଉଭୟଙ୍କ ଆଫ୍ରିକା ଟୁର୍ ବେଳର। ମାତ୍ର ଏହି ଫଟୋରେ କେବଳ ରଣବୀର ଥିବା ଦେଖିବାକୁ ମିଳିଛି। ଫଟୋରେ ରଣବୀର ଏକ ବ୍ଲାକ୍ ଟି-ସାର୍ଟ, ବଡ଼ ହ୍ୟାଟ୍ ପିନ୍ଧିଥିବା ବେଳେ ହାତରେ ଦୂରବୀକ୍ଷଣ ଯନ୍ତ୍ର ଧରିଛନ୍ତି।
ଶୁକ୍ରବାର ରାତିରୁ ହିଁ ରଣବୀରଙ୍କ ଜନ୍ମଦିନ ପାଳନ ଆରମ୍ଭ ହୋଇଛି। ବଲିଉଡ୍ର ବହୁ ଜଣାଶୁଣା ସେଲିବ୍ରିଟି ଏହି ପାର୍ଟିରେ ଯୋଗ ଦେଇଥିଲେ। ପାର୍ଟିରେ ଦୀପିକା ପାଦୁକୋନ୍, ଆକାଶ ଅମ୍ବାନୀ, ଆଦିତ୍ୟରାୟ କପୁର, ଶାହାରୁଖ ଖାନ୍, ଗୌରୀ ଖାନ୍, ଲବ ରଞ୍ଜନ, ଜୋୟା ଅଖତର ପ୍ରମୁଖଙ୍କୁ ଦେଖିବାକୁ ମିଳିଛି। ସେହିଭଳି ଆଉ ଏକ ଫଟୋରେ ଆଲିଆ ଏବଂ ରଣବୀରଙ୍କ ମା’ ନୀତୁ କପୁର ମଧ୍ୟ ନଜର ଆସିଛନ୍ତି।
ଏହାସହ ପଢ଼ନ୍ତୁ: ପୁଣି ଭିଡିଓ ସେୟାର କରି ଫ୍ୟାନ୍ଙ୍କୁ କନଫ୍ୟୁଜ୍ କଲେ ରାକ୍ଷୀ, କହିଲେ ମୋ ସ୍ୱାମୀଙ୍କୁ ଚିହ୍ନ
ରଣବୀର ଓ ଆଲିଆଙ୍କୁ ଏକାଠି ଅୟାନ ମୁଖାର୍ଜୀଙ୍କ ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ରରେ ଦେଖିବାକୁ ମିଳିବ। ଏହି ସୁପର ନ୍ୟାଚୁରାଲ ରୋମାଣ୍ଟିକ ଡ୍ରାମା ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ମୋନି ରାୟ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍ ହେବ। ଏହି ଫିଲ୍ମ ଛଡ଼ା ଆଲିଆ ନିଜ ପିତାଙ୍କ ସହ ସଡ଼କ ୨ ଏବଂ କରଣ ଜୋହରଙ୍କ ପ୍ରୋଜେକ୍ଟ ଅଂଶଗ୍ରହଣ କରିଛନ୍ତି।