ପ୍ଲାଷ୍ଟିକ ବୋତଲର ବିକଳ୍ପ ହେଲା ବାଉଁଶ ନଳୀ, ଆସନ୍ତା ଅକ୍ଟୋବରରୁ ପ୍ରତି ଖଦୀ ଦୋକାନରେ ହେବ ଉପଲବ୍ଧ

ଦୀର୍ଘଦିନର ବ୍ୟବଧାନ ପରେ ପ୍ଲାଷ୍ଟିକ ବୋତଲର  ବିକଲ୍ପ କଢାଯାଇଛି। ଯେହେତୁ ଆସନ୍ତା ଅକ୍ଟୋବର ୨ରୁ ଭାରତରେ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗିବାକୁ ଯାଉଛି,ତେଣୁ ଭାରତ ସରକାର ଏହାର ବିକଳ୍ପ କାଢିଛନ୍ତି। ଶୁଣି ଆଶ୍ଚର୍ଯ୍ୟ  ଲାଗୁଛି ପୁରାତନ ଯୁଗରେ ଯେଉଁ ବାଉଁଶ ନଳକୁ ବୋତଲ ରୂପେ ବ୍ୟବହାର କରାଯାଉଥିଲା ତାହା ଏବେ ପୂନର୍ବାର ବ୍ୟବହାର ହେବାକୁ  ଯାଉଛି। ଅଜ୍ଞା ହଁ  କେନ୍ଦ୍ର ଏମଏସଏମଇ ମନ୍ତ୍ରାଳୟ ଅଧିନରେ ଥିବା ଖଦୀ ଗ୍ରାମଦ୍ୟୋଗ ଆୟୋଗ ବାଉଁଶର ବୋତଲ ନିର୍ମାଣ କରିଛି  ।ଏହି ବୋତଲର କ୍ଷମତା ଅତି କମରେ ୭୫୦ ଏମଏଲର ରହିବ । ବାଉଁଶ ବୋତଲର ଦାମ ୩୦୦ଟଙ୍କାରୁ ଆରମ୍ଭ ହେବ । ଏହାସହ ବାଉଁଶର ବୋତଲର ଦାମ ଏହାର ଆକାର ଉପରେ ମଧ୍ୟ ନିର୍ଭର କରିବ ।

ବିଶେଷ କରି ଏହି ବୋତଲ ପରିବେଶ ପାଇଁ ଅନୁକୂଳ ହେବା ସହ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ । ଆସନ୍ତା ଅକ୍ଟୋବର ୧ ତାରିଖରେ କେନ୍ଦ୍ରୀୟ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ଏହି ବାଉଁଶ ବୋତଲର ଶୁଭାରମ୍ଭ କରିବେ । ଅକ୍ଟୋବର ୨ରୁ ସମସ୍ତ ଖଦୀ ଷ୍ଟୋରରେ ବୋତଲ ବିକ୍ରି କରାଯିବ । ।ପୂର୍ବରୁ କେଭିଆଇସି ଦ୍ୱାରା ପ୍ଲାଷ୍ଟିକ ଗ୍ଲାସ ପରିବର୍ତ୍ତେ ମାଟି ପାତ୍ର ନିର୍ମାଣ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏକ କୋଟିରୁ ଅଧିକ ମାଟି ପାତ୍ର ନିର୍ମାଣ କରାଯାଇଛି । କେଭିଆଇସି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏକ କୋଟିର କ୍ଷମତାକୁ ବୃଦ୍ଧି କରି ୩ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ।

କେଭିଆଇସିର ଚେୟାରମ୍ୟାନ ବି କେ ସକ୍ସେନାଙ୍କ କହିବା ମୁତାବକ ଅକ୍ଟୋବର ଏକ ତାରିଖରୁ ବାଉଁଶ ବୋତଲ ସବୁରେ ଏମଏସଏମଇ ମନ୍ତ୍ରୀ ଶୋରିଷ ତେଲ ବିକ୍ରିର ମଧ୍ୟ ଶୁଭାରମ୍ଭ କରିବେ । ଏହି ବାଉଁଶ ବୋତଲ ବିକ୍ରି ଆରମ୍ଭ ହେବା ପରେ ଅନେକ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.