କିସରେ ଏମ୍‌ଡିଏଚ୍‌ର ଅଧ୍ୟକ୍ଷ ପଦ୍ମଭୂଷଣ ଧର୍ମପାଲ ଗୁଲାଟିଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ

ଭୁବନେଶ୍ବର(କେନ୍ୟୁଜ୍):  ଗାନ୍ଧୀଙ୍କ ସ୍ୱପ୍ନ, ଆଦର୍ଶ ଓ ଦର୍ଶନ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ସାଇନ୍‌ସେସ କିସ୍‌ରେ ପ୍ରତିଫଳିତ ହେଉଛି । ଏହା ବାସ୍ତବରୂପ ନେଉଛି । କିସ୍‌ ପାଇଁ ଗାନ୍ଧିଙ୍କର ଆଦର୍ଶ ଓ ଦର୍ଶନ ବହୁ ଗୁରୁତ୍ୱ ବହନ କରେ । ଏଠାରେ ଛାତ୍ରଛାତ୍ରୀଙ୍କୁ ଗାନ୍ଧିବାଦକୁ ନେଇ ଅବଗତ କରାଯିବା ସହ କାର୍ଯ୍ୟରେ ଲଗାଯାଉଛି । ହଜାର ହଜାର ଛାତ୍ରଛାତ୍ରୀ ଗାନ୍ଧିଙ୍କ ସରଳ ଜୀବନ, ଅହିଂସା, ସତ୍ୟ, ସତ ଶିକ୍ଷା ଓ ସ୍ୱଚ୍ଛତାର ମାର୍ଗରେ ଚାଲିଛନ୍ତି । ଶିକ୍ଷାଠାରୁ ଆରମ୍ଭ କରି ସ୍ୱଚ୍ଛତା, ଆତ୍ମନିର୍ଭରଶୀଳ ହେବାଠାରୁ ଆରମ୍ଭ କରି ଅହିଂସା ଏ ସବୁ କିସ୍‌ରେ ପ୍ରତିଫଳିତ ହେଉଛି ।

ଚଳିତ ବର୍ଷ ସାରା ବିଶ୍ୱରେ ପାଳିତ ହେଉଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ, କିସ୍‌ ପକ୍ଷରୁ ଆଜି ଆୟୋଜିତ ହେଉଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କିସ୍‌-ଗାନ୍ଧୀ ଦର୍ଶନର ବାସ୍ତବ ପ୍ରତିଫଳନ । ଏହି ଦିନିକିଆ ଉତ୍ସବରେ ଆୟୋଜିତ ହେଉଛି ଗାନ୍ଧୀଙ୍କ ଆଦର୍ଶକୁ ନେଇ ଆଲୋଚନା ଚକ୍ର, ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଏମ୍‌ଡିଏଚ୍‌ର ଅଧ୍ୟକ୍ଷ ପଦ୍ମଭୂଷଣ ଧର୍ମପାଲ ଗୁଲାଟି ଯୋଗଦେଇଛନ୍ତି । ତାଙ୍କୁ କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ସ୍ୱାଧୀନତା ସଂଗ୍ରାମୀ ତଥା ପଦ୍ମଶୀ ଭବାନୀ ପଟ୍ଟନାୟକ ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଉତ୍ସବରେ କିଟ୍‌ ଓ କିସ୍‌ର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ବୁଦ୍ଧିଜୀବୀ ଓ ଗାନ୍ଧୀବାଦୀ ଯୋଗଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.