କ୍ରୀଡା

ହିମାଚଳ ପ୍ରଦେଶର ଯୁବ କ୍ରିକେଟର ସିଦ୍ଧାର୍ଥ ଶର୍ମାଙ୍କ ପରଲୋକ, ଗୁଜରାଟ ରଣଜୀ ଟ୍ରଫି ପାଇଁ ଖେଳୁଥିଲେ

ଭାରତୀୟ କ୍ରିକେଟ ଜଗତ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ହିମାଚଳ ପ୍ରଦେଶର ଯୁବ କ୍ରିକେଟର ସିଦ୍ଧାର୍ଥ ଶର୍ମାଙ୍କ ପରଲୋକ ହୋଇଛି । ହିମାଚଳ ପାଇଁ ଗୁଜରାଟ ରଣଜୀ ଟ୍ରଫି ଖେଳିଥିବା ୨୮ ବର୍ଷୀୟ ଯୁବ କ୍ରିକେଟର ସିଦ୍ଧାର୍ଥ ଶର୍ମାଙ୍କ ମୃତ୍ୟୁ ୧୨ ତାରିଖ ରାତିରେ ଘଟିଛି। ନିଜ ଟିମ ସହିତ ସିଦ୍ଧାର୍ଥ ରଣଜୀ ଟ୍ରଫି ଖେଳିବା ପାଇଁ ଗୁଜରାଟ ପହଞ୍ଚିଥିଲେ, କିନ୍ତୁ ସେଠାରେ ଅସୁସ୍ଥ ହେବା ଯୋଗୁଁ ହସପିଟାଲରେ ଆଡମିଟ୍‌ ହୋଇଥିଲେ ।

ମିଡିଆ ରିପୋର୍ଟ ମୁତାବକ, ଗତ ଦୁଇ ସପ୍ତାହ ହେଲାଣି ସିଦ୍ଧାର୍ଥ ଭେଣ୍ଟିଲେଟରରେ ଥିଲେ । ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ କ୍ରିକେଟରଙ୍କ ମୃତ୍ୟୁ ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି । ଏହାଛଡା ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ବ୍ୟକ୍ତ କରିଛନ୍ତି । ଶେଷ ଥର ପାଇଁ ମ୍ୟାଚ୍‌ ଖେଳିଥିବା ବେଳେ ସିଦ୍ଧାର୍ଥ ପ୍ରଥମ ଇଂନିସରେ ୫ଟି ଓ୍ଵିକେଟ ନେଇଥିଲେ । ତାଙ୍କର କୌଣସି ସ୍ଥାସ୍ଥ୍ୟ ସମସ୍ୟା ରହିଥିଲା, ଯେଉଁଥି ପାଇଁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ବଡୋଦରାରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ଗତକାଲି ଭାଭୋର ସାହେବ ଶ୍ମଶାନରେ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମଲ, ବିଧାୟକ ସମେତ ଶୋକ ପ୍ରକାଶ କରିଛନ୍ତି ।
ତେବେ ଉନ୍ନାରେ ଜନ୍ମଗ୍ରହଣ କରିଥିବା ସିଦ୍ଧାର୍ଥଙ୍କ ଘରୋଇ କ୍ୟାରିଅରରେ ବେଶି କିଛି କମାଲ କରିନାହାନ୍ତି। କିନ୍ତୁ ହିମାଚଳ ପାଇଁ ୫ ବର୍ଷରେ ଗୋଟିଏ ଟି୨୦ ଖେଳ, ୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ଶେଷ ମ୍ୟାଚ୍‌ କଲିକତାର ଇଡେନ ଗାର୍ଡେନରେ ଖେଳିଥିଲେ । ଏହି ମ୍ୟାଚରେ ୫ଟି ଓ୍ଵିକେଟ ନେଇଥିଲେ ।

Swagatika

Recent Posts

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

19 mins ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

20 mins ago

ଅଦ୍ୱିତୀୟ କାରିଗର ହରେକୃଷ୍ଣ ମହାରଣା, ଯାହାଙ୍କ ହାତର ସ୍ପର୍ଶରେ ମାଟି ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

24 mins ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

31 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

32 mins ago

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

46 mins ago