ହିମାଚଳ ପ୍ରଦେଶର ଯୁବ କ୍ରିକେଟର ସିଦ୍ଧାର୍ଥ ଶର୍ମାଙ୍କ ପରଲୋକ, ଗୁଜରାଟ ରଣଜୀ ଟ୍ରଫି ପାଇଁ ଖେଳୁଥିଲେ

ଭାରତୀୟ କ୍ରିକେଟ ଜଗତ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ହିମାଚଳ ପ୍ରଦେଶର ଯୁବ କ୍ରିକେଟର ସିଦ୍ଧାର୍ଥ ଶର୍ମାଙ୍କ ପରଲୋକ ହୋଇଛି । ହିମାଚଳ ପାଇଁ ଗୁଜରାଟ ରଣଜୀ ଟ୍ରଫି ଖେଳିଥିବା ୨୮ ବର୍ଷୀୟ ଯୁବ କ୍ରିକେଟର ସିଦ୍ଧାର୍ଥ ଶର୍ମାଙ୍କ ମୃତ୍ୟୁ ୧୨ ତାରିଖ ରାତିରେ ଘଟିଛି। ନିଜ ଟିମ ସହିତ ସିଦ୍ଧାର୍ଥ ରଣଜୀ ଟ୍ରଫି ଖେଳିବା ପାଇଁ ଗୁଜରାଟ ପହଞ୍ଚିଥିଲେ, କିନ୍ତୁ ସେଠାରେ ଅସୁସ୍ଥ ହେବା ଯୋଗୁଁ ହସପିଟାଲରେ ଆଡମିଟ୍ ହୋଇଥିଲେ ।
ମିଡିଆ ରିପୋର୍ଟ ମୁତାବକ, ଗତ ଦୁଇ ସପ୍ତାହ ହେଲାଣି ସିଦ୍ଧାର୍ଥ ଭେଣ୍ଟିଲେଟରରେ ଥିଲେ । ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ କ୍ରିକେଟରଙ୍କ ମୃତ୍ୟୁ ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି । ଏହାଛଡା ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ବ୍ୟକ୍ତ କରିଛନ୍ତି । ଶେଷ ଥର ପାଇଁ ମ୍ୟାଚ୍ ଖେଳିଥିବା ବେଳେ ସିଦ୍ଧାର୍ଥ ପ୍ରଥମ ଇଂନିସରେ ୫ଟି ଓ୍ଵିକେଟ ନେଇଥିଲେ । ତାଙ୍କର କୌଣସି ସ୍ଥାସ୍ଥ୍ୟ ସମସ୍ୟା ରହିଥିଲା, ଯେଉଁଥି ପାଇଁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ବଡୋଦରାରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।
Himachal Pradesh cricketer Sidharth Sharma dies aged 28 after facing breathing problems during Ranji Trophy practice sessions. #India #HimachalPradesh #RanjiTrophy #Cricket #CricTracker pic.twitter.com/kE8iJHgU4u
— CricTracker (@Cricketracker) January 14, 2023
ତେବେ ଗତକାଲି ଭାଭୋର ସାହେବ ଶ୍ମଶାନରେ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମଲ, ବିଧାୟକ ସମେତ ଶୋକ ପ୍ରକାଶ କରିଛନ୍ତି ।
ତେବେ ଉନ୍ନାରେ ଜନ୍ମଗ୍ରହଣ କରିଥିବା ସିଦ୍ଧାର୍ଥଙ୍କ ଘରୋଇ କ୍ୟାରିଅରରେ ବେଶି କିଛି କମାଲ କରିନାହାନ୍ତି। କିନ୍ତୁ ହିମାଚଳ ପାଇଁ ୫ ବର୍ଷରେ ଗୋଟିଏ ଟି୨୦ ଖେଳ, ୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ଶେଷ ମ୍ୟାଚ୍ କଲିକତାର ଇଡେନ ଗାର୍ଡେନରେ ଖେଳିଥିଲେ । ଏହି ମ୍ୟାଚରେ ୫ଟି ଓ୍ଵିକେଟ ନେଇଥିଲେ ।
Himachal Pradesh CM Sukhvinder Singh Sukhu and India spinner Ravichandran Ashwin express grief over the demise of cricketer Sidharth Sharma #SidharthSharma #RanjiTrophy @BCCIdomestic #CricketTwitter https://t.co/h0ayLMXHEE
— Jagran English (@JagranEnglish) January 14, 2023