କ୍ରୀଡା

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ : ପ୍ରଥମ ଇନିଂସରେ ଗୋଟିଏ ରନ୍‌ ପଛରେ ରହିଲା ଭାରତ, ଲାୟନ୍‌ଙ୍କୁ ୫ ଓ୍ଵିକେଟ୍‌

ନୂଆଦିଲ୍ଲୀ : ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ କଙ୍ଗାରକୁ ଟକ୍କର ଦେଲା ସିନା ହେଲେ ସ୍କୋର୍‌ରେ ଗୋଟିଏ ରନ୍‌ ପଛରେ ରହିଗଲା ଘରୋଇ ଭାରତୀୟ ଦଳ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି । ଭାରତ ପ୍ରଥମ ଇନିଂସରେ ୨୬୨ ରନରେ ଅଲଆଉଟ ହୋଇଛି । କମାଲ କରିଛନ୍ତି କଙ୍ଗାରୁ ଦଳର ବୋଲର ନାଥନ୍‌ ଲଏନ୍‌। ସେ ସର୍ବାଧିକ ୫ଟି ଓ୍ଵିକେଟ ନେଇଛନ୍ତି । ପୂର୍ବରୁ ଅଷ୍ଟେଲିଆ ୨୬୩ ରନ୍‌ କରିଥିଲା ।
ଭାରତକୁ ଆଉଟ୍‌ କରିବା ପରେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରି ଗୋଟିଏ ଓ୍ଵିକେଟ୍‌ରେ ୬୧ ରନ୍‌ କରିଛି । ଟ୍ରାଭିସ୍‌ ହେଡ୍‌ ୩୯ ଏବଂ ଲାବୁସେନ୍‌ ୧୬ ରନ୍‌ କରି ଅପରାଜିତ ଅଛନ୍ତି ।

ଭାରତ ପ୍ରଥମ ଇନିଂସ୍‌ରେ ପ୍ରମୁଖ ବ୍ୟାଟର ସବୁ ଷଫଲ୍‌ ମାରିଥିଲେ । ପୂର୍ବତନ ଅଧିନାୟକ ବିରାଟ କୋହଲି ୪୪ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଅଶ୍ୱିନୀ ୩୭ ରନ, ରୋହିତ ଶର୍ମା ୩୨, ରବୀନ୍ଦ୍ର ଜାଡେଜା ୨୬, କେଏଲ ରାହୁଲ ୧୭ ରନ୍ କରି ଆଉଟ୍ ହୋଇଥିଲେ । ଆଉ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ତେବେ ସମସ୍ତଙ୍କୁ ଚମକାଇ ଅକ୍ଷର ପଟେଲ ସର୍ବାଧିକ ୭୨ ରନ୍‌ ସଂଗ୍ରହ କରିଥିଲେ । ଯାହାଫଳରେ ଭାରତୀୟ ଦଳ୨୬୨ ରନରେ ପହଞ୍ଚି ପାରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଏଏନ୍‌ଙ୍କ ବାଦ୍‌ ମାଥ୍ୟୁ କୁହ୍ନେମ୍ୟାନ ଓ ଟଡ୍ ମର୍ଫି ୨ଟି ଲେଖାଏଁ ଓ୍ଵିକେଟ ଏବଂ ପ୍ୟାଟ୍ କ୍ୟୁମିନସ୍ ଗୋଟିଏ ଓ୍ଵିକେଟ ନେଇଛନ୍ତି ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୩ ରନରେ ଅଲଆଉଟ୍ ହୋଇଥିଲା । ଉସମାନ ଖ୍ୱାଜା ୮୧ ରନର ଇନିଂସ ଖେଳିଥିବା ବେଳେ ପିଟର ହ୍ୟାଣ୍ଡସ୍କମ୍ବ ଶେଷ ଯାଏ ଲଢ଼େଇ କରିବା ସହ ଅପରାଜିତ ୭୨ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ୪ଟି ୱିକେଟ ନେଇଥିଲେ । ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ର ଅଶ୍ୱିନ ମଧ୍ୟ ୩ଟି ଲେଖାଏ ସଫଳତା ପାଇଥିଲେ । ଅଷ୍ଟ୍ରେଲିଆ ଅଲଆଉଟ ହେବା ପରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ବିନା ୱିକେଟରେ ୨୧ ରନ କରିଥିଲା ।

Swagatika

Recent Posts

ସାମାନ୍ୟ ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କ’ଣ ରହିଛି ତୈଳ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

6 mins ago

ପୁଣି ଉପର ମୁହାଁ ହେଲା ସୁନା ଦର, ଜାଣନ୍ତୁ କେତେ ହେଲା ଦାମ୍

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

14 mins ago

ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ, ଜୁନ୍‌ ୧୪ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ । ୪ ଦିନ ପାଇଁ ହିଟୱେଭ ଜାରି ରହିବ । ଉପକୂଳବର୍ତ୍ତୀ…

22 mins ago

ବିଧାୟିକାରୁ ଉପମୁଖ୍ୟମନ୍ତ୍ରୀ, ଜାଣନ୍ତୁ ପ୍ରଭାତୀ ପରିଡ଼ାଙ୍କ ରାଜନୈତିକ ଯାତ୍ରା ବିଷୟରେ

ଭୁବନେଶ୍ୱର (କେନ୍ୟୁଜ): ପ୍ରଥମ ଥର ବିଧାୟିକା । ରାଜ୍ୟରେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା । ଦଳ…

37 mins ago

ଛଅ ଥର ବିଧାୟକ ପରେ ଏବେ ଉପମୁଖ୍ଯମନ୍ତ୍ରୀ, ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟର

ଭୁବନେଶ୍ୱର (କେନ୍ୟୁଜ): ବିଜେପି ସରକାରରେ ରହିବେ ଦୁଇ ଜଣ ଉପମୁଖ୍ଯମନ୍ତ୍ରୀ । ପାଟଣାଗଡ଼ ବିଧାୟକ କେଭି ସିଂଦେଓ ଓ ନିମାପଡ଼ା…

53 mins ago

ଜନତା ମୈଦାନରେ ଭବ୍ୟ ପ୍ରସ୍ତୁତି, ଅପରାହ୍ନ ୪ଟା ୪୫ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଜନତା ମୈଦାନରେ ଭବ୍ୟ ପ୍ରସ୍ତୁତି ।  ନବବଧୂ ଭାବେ ସଜେଇ ହୋଇଛି ।  ଆଜି ଅପରାହ୍ଣ…

1 hour ago