Categories: କ୍ରୀଡା

ଫ୍ୟାନ ଭିଲେଜରେ ଭାରତୀୟ ହକି ଦଳ, ଦର୍ଶକଙ୍କର କଲେ ମନୋରଞ୍ଜନ

ଭୁବନେଶ୍ବର(କେନ୍ୟୁଜ୍) : ଫ୍ୟାନ ଭିଲେଜରେ ଭାରତୀୟ ହକି ଦଳ । ନାଚିଲେ, ଖେଳିଲେ ଓ ମଜ୍ଜା ମଜ୍ଜା କଥା କହି ଦର୍ଶକଙ୍କ ମନୋରଞ୍ଜନ କଲେ । ପ୍ରାୟ ଏକ ଘଣ୍ଟା ଧରି ଫ୍ୟାନ ଭିଲେଜ ସମୟ କାଟିଲେ ସବୁ ଖେଳାଳୀ । ଓଡିଶା ପୋଲିସର ନିମନ୍ତ୍ରଣ ରଖି ପୋଲିସ ଷ୍ଟଲରେ ସବୁ ଖେଳାଳୀ ପହଁଞ୍ଚିଥିଲେ ।

ଓଡିଶା ପୋଲିସ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା । ପରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଓଡିଶା ପୋଲିସର ବିଭିନ୍ନ କାଯ୍ୟର୍କଳାପ ଓ ଦକ୍ଷତା ଉପରେ ଆଲୋଚନା କରିଥିଲେ । ଉପସ୍ଥିତ ଥିଲେ କ୍ରିଡା ସଚୀବ ବିଶାଲ ଦେବ୍‌ ଓ କ୍ରିଡା ନର୍ଦ୍ଦେଶକ ଭିନିଲ କ୍ରିଷ୍ଣା । ଓଡିଶା ପୋଲିସକୁ ପ୍ରସଂଶା କରିଥିଲେ ଭାରତୀୟ ହକି କୋଚ୍‌ ।

ସେପଟେ ନିଜର ପ୍ରିୟ ଖେଳାଳୀଙ୍କୁ ଦେଖିବାକୁ ଭିଡ ଜମେଇଥିଲେ ଦର୍ଶକ । ସୁଯୋଗ ପାଇବା ପରେ ସେଲ୍ଫି ନେବାକୁ ବି ପଛାଇ ନଥିଲେ ଉପସ୍ଥିତ ଦର୍ଶକ । ୮ତାରିଖରେ ଭାରତ ନିଜର ତୃତୀୟ ମ୍ୟାଚ ଅପେକ୍ଷାକୃତ ର୍ଦୁବଳ ଦଳ କାନାଡା ସହ ଖେଳିବ । ତାହା ପୂର୍ବରୁ ଟିମ୍‌ ଇଣ୍ଡିଆର ଶୁଭ ମନାସୀ ଓଡିଶା ପୋଲିସ ପକ୍ଷରୁ ସମସ୍ତଙ୍କୁ ରୁଦ୍ରାକ୍ଷ ଦିଆଯାଇଛି । ଏହି ଅବସରରେ ଓଡିଶା ପୋଲିସ ପକ୍ଷରୁ କିଛି ଉପହାର ଦିଆଯାଇଛି ।

KNews Bureau

Recent Posts

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

43 mins ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

1 hour ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

2 hours ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

2 hours ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

3 hours ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

3 hours ago