Below header

ଫ୍ୟାନ ଭିଲେଜରେ ଭାରତୀୟ ହକି ଦଳ, ଦର୍ଶକଙ୍କର କଲେ ମନୋରଞ୍ଜନ

ଭୁବନେଶ୍ବର(କେନ୍ୟୁଜ୍) : ଫ୍ୟାନ ଭିଲେଜରେ ଭାରତୀୟ ହକି ଦଳ । ନାଚିଲେ, ଖେଳିଲେ ଓ ମଜ୍ଜା ମଜ୍ଜା କଥା କହି ଦର୍ଶକଙ୍କ ମନୋରଞ୍ଜନ କଲେ । ପ୍ରାୟ ଏକ ଘଣ୍ଟା ଧରି ଫ୍ୟାନ ଭିଲେଜ ସମୟ କାଟିଲେ ସବୁ ଖେଳାଳୀ । ଓଡିଶା ପୋଲିସର ନିମନ୍ତ୍ରଣ ରଖି ପୋଲିସ ଷ୍ଟଲରେ ସବୁ ଖେଳାଳୀ ପହଁଞ୍ଚିଥିଲେ ।

innଓଡିଶା ପୋଲିସ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା । ପରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଓଡିଶା ପୋଲିସର ବିଭିନ୍ନ କାଯ୍ୟର୍କଳାପ ଓ ଦକ୍ଷତା ଉପରେ ଆଲୋଚନା କରିଥିଲେ । ଉପସ୍ଥିତ ଥିଲେ କ୍ରିଡା ସଚୀବ ବିଶାଲ ଦେବ୍‌ ଓ କ୍ରିଡା ନର୍ଦ୍ଦେଶକ ଭିନିଲ କ୍ରିଷ୍ଣା । ଓଡିଶା ପୋଲିସକୁ ପ୍ରସଂଶା କରିଥିଲେ ଭାରତୀୟ ହକି କୋଚ୍‌ ।

innnସେପଟେ ନିଜର ପ୍ରିୟ ଖେଳାଳୀଙ୍କୁ ଦେଖିବାକୁ ଭିଡ ଜମେଇଥିଲେ ଦର୍ଶକ । ସୁଯୋଗ ପାଇବା ପରେ ସେଲ୍ଫି ନେବାକୁ ବି ପଛାଇ ନଥିଲେ ଉପସ୍ଥିତ ଦର୍ଶକ । ୮ତାରିଖରେ ଭାରତ ନିଜର ତୃତୀୟ ମ୍ୟାଚ ଅପେକ୍ଷାକୃତ ର୍ଦୁବଳ ଦଳ କାନାଡା ସହ ଖେଳିବ । ତାହା ପୂର୍ବରୁ ଟିମ୍‌ ଇଣ୍ଡିଆର ଶୁଭ ମନାସୀ ଓଡିଶା ପୋଲିସ ପକ୍ଷରୁ ସମସ୍ତଙ୍କୁ ରୁଦ୍ରାକ୍ଷ ଦିଆଯାଇଛି । ଏହି ଅବସରରେ ଓଡିଶା ପୋଲିସ ପକ୍ଷରୁ କିଛି ଉପହାର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.