କୁଚିଣ୍ଡା ଉପଖଣ୍ଡରେ ଧାନକିଣାରେ ଦେଖାଦେଇଛି ଅବ୍ୟବସ୍ଥା

କୁଚିଣ୍ଡା(କେନ୍ୟୁଜ୍) : କୁଚିଣ୍ଡା ଉପଖଣ୍ଡରେ ଧାନକିଣାରେ ଅବ୍ୟବସ୍ଥା। ପାରୁଆଭାଡ଼ି ଲ୍ୟାମ୍ପ୍ସ ଅଧିନରେ ଥିବା ଖଣ୍ଡୋକଟା ମଣ୍ଡିରେ ପଡିରହିଛି ଧାନ। ମାର୍କେଟୟାର୍ଡକୁ ୧୧ଜଣ ଚାଷୀ ୯୯୪ବସ୍ତା ଧାନ ବିକ୍ରି ପାଇଁ ଆଣିଥିଲେ। ଆରଏମ୍‌ସି କର୍ମଚାରୀ ଚାଷୀର ଧାନର ମାନ ପରୀକ୍ଷା କଲାପରେ ଏଫ୍‌ଏକ୍ୟୁ ମାନ ନଥିବା ଜଣାପଡିଛି। ଫଳରେ ଲ୍ୟାମ୍ପ୍ସ କର୍ତ୍ତୃପକ୍ଷ ଧାନ କିଣିବାକୁ ମନା କରିଥିଲେ। ଏହାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା।

dhanaaaସମାଧାନ ପାଇଁ ୧୧ଜଣ ଚାଷୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମସ୍ୟାର ସମାଧାନ କରିବା ପାଇଁ ଚାଷୀ ଦାବି କରିଛନ୍ତି। ଏକ ଜଏଣ୍ଟ ଟିମ୍‌ ଗଠନ କରାଯାଇଛି। ଶୀଘ୍ର ତଦନ୍ତ କରିବା ପରେ ସମସ୍ୟାର ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଏ ଦିଗରେ ସମସ୍ୟାର ସମାଧାନ ଶୀଘ୍ର କରାନଗଲେ ଆଗକୁ ଆନ୍ଦୋଳନ କରିବେ ବୋଲି କହିଛନ୍ତି ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.