କ୍ରୀଡା

ହାର୍ଦ୍ଦିକଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଜି ଟି-୨୦ ମ୍ୟାଚ୍‌ ଖେଳିବ ଭାରତ, ରାତି ୮ଟାରୁ ହେବ ସିଧାପ୍ରସାରଣ

ଦିନିକିଆ ସିରିଜ ଜିତିବା ପରେ ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍‌ ଖେଳାଯିବ । ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍‌ ପାଇଁ ଭାରତୀୟ ଟିମ୍‌ ପ୍ରସ୍ତୁତ ରହିଛି । ଆଜି ପ୍ରଥମ ଟି-୨୦ ମ୍ୟାଚ୍‌ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ ରାତି ୮ଟାରେ ହେବ । ଦିନିକିଆ ସିରିଜକୁ ୨-୧ରେ ଜିତିବା ପରେ ଏବେ ଟି-୨୦ ସିରିଜ ଉପରେ ଭାରତର ନଜର ରହିଛି ।

ଭାରତୀୟ ସମୟାନୁସାରେ ଆଜି ସନ୍ଧ୍ୟା ୭.୩୦ ମିନିଟରେ ଟସ୍‌ ପଡିବା ପରେ ରାତି ୮ଟାରୁ ଖେଳ ଆରମ୍ଭ ହେବ । ଟି-୨୦ ମ୍ୟାଚ ପ୍ରସାରଣ ଦୂରଦର୍ଶନରେ ଲାଇଭ ପ୍ରସାରଣ ହେବ । ଏହାଛଡା ଫ୍ୟାନକୋଡ ଆପ୍‌ ଏବଂ ୱେବସାଇଟ ଏବଂ ଜିଓ ସିନେମା ଜରିଆରେ ଦର୍ଶକ ଲାଇଭ ଷ୍ଟ୍ରିମ କରିହେବ ।

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୫ଟି ଟି-୨୦ ମ୍ୟାଚ୍‌ ଖେଳାଯାଇଛି । ସେଥିରୁ ୧୭ଟି ଭାରତ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ ମାତ୍ର ୭ଟି ଜିତିଛି। ଗୋଟିଏ ମ୍ୟାଚ ଡ୍ର ରହିଛି ।

ଭାରତୀୟ ଦଳ: ଈଶାନ କିଶନ, ଶୁବମନ ଗିଲ୍, ଯଶସ୍ବୀ ଜୟସଓ୍ଵାଲ୍, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ୍, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ, ଆଭେଶ ଖାନ୍, ମୁକେଶ କୁମାର।

ୱେଷ୍ଟଇଣ୍ଡିଜ୍ ଦଳ: ରୋଭମାନ ପାୱେଲ୍ (ଅଧିନାୟକ), କାଇଲ୍ ମେୟର୍ସ, ଜନସନ୍ ଚାର୍ଲ୍ସ, ରୋଷ୍ଟନ ଚେଜ୍, ସିମ୍ରନ ହେଟମାୟର, ଜାସନ୍ ହୋଲ୍ଡର, ସାଇ ହୋପ୍, ଅକିଲ୍ ହୋସେନ୍, ଅଲଜାରି ଜୋସେଫ, ବ୍ରାଣ୍ଡନ କିଙ୍ଗ୍, ଓବେଡ୍ ମ୍ୟାକକଏ, ନିକୋଲାସ୍ ପୁରନ, ରୋମାରିଓ ସେଫର୍ଡ, ଓଡିଆନ୍ ସ୍ମିଥ୍, ଓସାନେ ଥୋମାସ୍।

Swagatika

Recent Posts

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

23 mins ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

36 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

8 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

11 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago