Categories: କ୍ରୀଡା

ରାଜକୋଟରେ ରାଜ୍‌ କଲା ଟିମ୍‌ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ଦ୍ୱିତୀୟ ମ୍ୟାଚ୍‌ରେ ହରାଇ ଫେରିଲା ସିରିଜ୍‌କୁ

ରାଜକୋଟ : ଆଜି ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଭାରୀ ପଡ଼ିଲେ ଭାରତୀୟ ବୋଲର୍‌ । ମହମ୍ମଦ ସାମି, କୁଲଦୀପ ଯାଦବ, ନବଦୀପ ସାଇନି ଏବଂ ରବୀନ୍ଦ୍ର ଜାଡେଜାଙ୍କ ମିଳିତ ଆକ୍ରମଣରେ ଧରାଶାୟୀ ହେଲା କଙ୍ଗାରୁ ଟିମ୍‌ । ଆଜିର ମ୍ୟାଚ୍‌ରେ ୩୬ ରନ୍‌ରେ ବିଜୟୀ ହୋଇ ଭାରତ ଓ୍ଵାଙ୍ଖଡ଼େ ପରାଜୟର ପ୍ରତିଶୋଧ ନେବା ସହିତ ଏହି ଦିବାରାତ୍ର ଦିନିକିଆ ସିରିଜ୍‌କୁ ୧-୧ ସ୍ଥିତିକୁ ଆଣିଛି ।

ଲକ୍ଷ୍ୟ ଥିଲା ୩୪୧ ରନ୍‌ । ଅଧିନାୟକ ଫିଞ୍ଚ ୩୩ ଏବଂ ଲବୁସଚେଞ୍ଜ ୪୬ ରନ୍‌ କରିଥିବା ବେଳେ ଷ୍ଟିଭେନ୍‌ ସ୍ମିଥ ୯୮ ରନ୍‌ର ଇନିଂସ୍‌ ଖେଳି ଅଷ୍ଟ୍ରେଲିଆର ଲଢ଼େଇ ଜାରି ରଖିଥିଲେ । ହେଲେ ସ୍ମିଥ୍‌ଙ୍କୁ ଆଉଟ୍‌ କରି କୁଲଦୀପ ଯାଦବ ଭାରତ ପାଇଁ ବଡ଼ ସଫଳତା ଆଣି ଦେଇଥିଲେ । ୩୮ତମ ଓଭର୍‌ରେ କୁଲଦୀପ ଯଥାକ୍ରମେ ଆଲେକ୍ସ କାରୀ ଓ ସ୍ମିଥ୍‌ଙ୍କୁ ପୁଣି ୪୪ତମ ଓଭରରେ ମହମ୍ମଦ ସାମି ଟର୍ଣ୍ଣର ଓ କମିନ୍ସଙ୍କୁ ଲଗାତର ଦୁଇଟି ବଲ୍‌ରେ ଆଉଟ୍‌ କରି ଭାରତକୁ ବିଜୟପଥରେ ଆଗେଇ ନେଇଥିଲେ । ପରେ ସାଇନି ୪୭ତମ ଓଭରରେ ଆଷ୍ଟନ୍‌ ଅଗର ଓ ମିଚେଲ ଷ୍ଟାର୍କଙ୍କୁ ଆଉଟ୍‌ କରିଥିଲେ । ସାମି ୩ଟି ଏବଂ ସାଇନି, ଜାଡେଜା ଓ କୁଲଦୀପ ସମସ୍ତେ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ । ଶେଷ ଓ୍ଵିକେଟ୍‌ ମିଳିଥିଲା ବୁମରାଙ୍କୁ ।
ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ୍‌ ୧୦୨ ବଲ୍‌ ଖେଳି ୯୮ ରନ୍‌ କରିଥିଲେ । ତାଙ୍କ ଦଳ ୩୦୪ ରନ୍‌ କରି ୪୯.୧ ଓଭରରେ ଅଲ୍‌ଆଉଟ୍‌ ହୋଇଥିଲା ।

ସ୍କୋର : ଭାରତ-୩୪୦/୬ । ଅଷ୍ଟ୍ରେଲିଆ-୩୦୪ ଅଲ୍‌ଆଉଟ୍‌, ୪୯.୧ ଓଭର।

KNews Bureau

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

4 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

18 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

54 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

56 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

60 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago