କ୍ରୀଡା

ନୂଆ ବର୍ଷରେ ଭାରତର ରୋମାଞ୍ଚକ ବିଜୟ, ୨ ରନରେ ଶ୍ରୀଲଙ୍କାକୁ ହରାଇଲା ଘରୋଇ ଦଳ, ୧-୦ରେ ସିରିଜ ଆଗୁଆ

କେନ୍ୟୁଜ୍‌(ବ୍ୟୁରୋ): ନୂଆ ବର୍ଷର ପ୍ରଥମ T20 ସିରିଜରେ ଭାରତର ରୋମାଞ୍ଚକ ବିଜୟ । ୨ ରନରେ ଶ୍ରୀଲଙ୍କାକୁ ହରାଇଲା ଭାରତ । ପ୍ରଥମ ଥର T20 ଇଣ୍ଟରନ୍ୟାସନାଲରେ ଅଧିନାୟକତ୍ୱ କରୁଥିବା ହାର୍ଦ୍ଦିକ ପାଣ୍ଡିଆଙ୍କ ନବ ବର୍ଷରେ ଭାରତକୁ ବିଜୟ ଭେଟି । ୧ – ୦ ରେ ସିରିଜରେ ଅଗ୍ରଣୀ ରହିଛି ଭାରତ । ମୁମ୍ବାଇ ଓ୍ଵାଖେଣ୍ଡେ ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତି ନେଇଥିଲା ।

ଏକ ସମୟରେ ମୁସ୍କିଲରେ ପଡ଼ି ଯାଇଥିଲା ଶ୍ରୀଲଙ୍କା, ଦଳକୁ ପୁଚ୍ଛଲେ କରୁଣାରତ୍ନ ମଜୁବୁତ ସ୍ଥିତିରେ ପହଞ୍ଚାଇ ଦେଇଥିଲେ । ଶେଷ ଓଭରରେ ବିଜୟ ପାଇଁ ୧୩ ରନର ଆବଶ୍ୟକ ହେଉଥିବା ବେଳେ ଅକ୍ଷର ପଟେଲ କରୁଣାରତ୍ନଙ୍କ ଓ୍ଵିକେଟ ନେଇଥିଲେ । ଶ୍ରୀଲଙ୍କା ସମସ୍ତ ଓ୍ଵିକେଟ ହରାଇ ୧୬୦ ରନ୍‌ କରି ପରାଜିତ ହୋଇଛି ।

ପ୍ରଥମ ଇଂନିସରେ ବ୍ୟାଟିଙ୍ଗ କରି ଶ୍ରୀଲଙ୍କା ସମ୍ମୁଖରେ ୧୬୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ଆଜିର ମ୍ୟାଚ ଆରମ୍ଭରେ ଭାରତର ପ୍ରଦର୍ଶନ ସେତେଟା ଭଲ ନଥିଲା । ପ୍ରଥମ T20 ମ୍ୟାଚ ଖେଳୁଥିବା ଶୁଭମନ ଗିଲ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ୭ ରନ କରି ପାଭିଲିୟନକୁ ଫେରିବାକୁ ପଡ଼ିଥିଲା । ସଞ୍ଜୁ ସୋମସନ ୫ରନ କରି ଟିମକୁ ନିରାଶ କରିଥିଲେ । ଇଶାନ କିଶନ ଓ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡିଆ ୨୯ ରନ କରି ଟିମକୁ ଆଗକୁ ନେଇଥିଲେ।

୧୫ ଓଭରରେ ୯୪ ରନରେ ଭାରତର ପଞ୍ଚମ ଓ୍ଵିକେଟ ଝଡ଼ିଥିଲା । ଏପରି ସ୍ଥିତିରେ ଦୀପକ ହୁଡ଼ା ୨୩ ବଲରେ ୪୧ ରନ ଓ ଅକ୍ଷର ପଟେଲଙ୍କ ୨୦ ବଲରେ ୩୧ ରନର ସହାୟତାରେ ଏକ ଭଲ ସ୍କୋର କରିଥିଲା ଭାରତ । ୨୦ ଓଭର ଶେଷରେ ଭାରତ ୫ କ୍ୱିକେଟ ହରାଇ ୧୬୨ ରନ କରିବାରେ ସକ୍ଷମ ହୋଇଥିଲା । ହେଲେ ବିଜୟର ପିଛା କରି ଶ୍ରୀଲଙ୍କା ଦଳ ସମସ୍ତ ଓ୍ଵିକେଟ ହରାଇ ୨୦ ଓଭରରେ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

5 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

24 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

32 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

49 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago