ଯେତେବେଳେ ’ଜିଜୁ – ଜିଜୁ’ କହି ସୋଏବଙ୍କୁ ଡାକିଲେ ଭାରତୀୟ ପ୍ରଶଂସକ, ତାପର ଦୃଶ୍ୟ ସୋସିଆଲ୍ ମିଡିଆରେ ହୋଇଗଲା ଭାଇରାଲ୍

ପାକିସ୍ତାନକୁ ଧୂଳି ଚଟାଇ ଏସିଆ କପ୍ ଫାଇନାଲରେ ପହଂଚିଲା ଭାରତ । ୯ ୱିକେଟରେ ପାକିସ୍ତାନକୁ ହରାଇ ଧମାକାଦାର ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ ।  ଗତ ୪ ଦିନ ଭିତରେ ପାକ ବିରୋଧରେ ଏହା ଟିମ ଇଣ୍ଡିଆର ଦ୍ୱିତୀୟ ବିଜୟ । ଗତ ବୁଧବାର ଭାରତ ଠାରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ବୀ ପାକିସ୍ତାନ ୮ ଓ୍ଵିକେଟରେ ହାରିଥିଲା । ତେବେ ଭାରତ – ପାକିସ୍ତାନ ମ୍ଯାଚ୍ ସମୟରେ ପଡିଆ ଭିତରେ ଏବଂ ପଡିଆ ବାହାରେ ଅନେକ ରୋମାଂଚକର ଦୃଶ୍ୟ ଦେଖିବାକୁ ମିଳେ । ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ଗତଥର ମ୍ଯାଚରେ ଜଣେ ପାକିସ୍ତାନୀ ପ୍ରଶଂସକଙ୍କ ମୁହଁରେ ଭାରତୀୟ ଜାତୀ୍ୟ ସଙ୍ଗୀତ ଶୁଣିବାକୁ ମିଳିଥିଲା । କୋଟି କୋଟି ଭାରତୀୟଙ୍କ ହୃଦୟ ଜିତି ନେଇଥିଲେ ଏହି ପାକିସ୍ତାନୀ ପ୍ରଶଂସକ । ପୁଣି ଭାରତୀୟ ବୋଲର ଚହଲ ପାକ୍ ବ୍ୟାଟସମ୍ୟାନଙ୍କ ଜୋତାର ଲେସ୍ ବାନ୍ଧିବା ଫଟୋ ବି ପ୍ରବଳ ସେୟାର ହୋଇଥିଲା ।

ଏହା ସହ ପଢନ୍ତୁ : ଏସିଆ କପରେ ଦୁର୍ଲଭ ଦୃଶ୍ୟ , ଭାରତର ଜାତୀୟସଙ୍ଗୀତ ଗାଇ ସମସ୍ତଙ୍କ ହୃଦୟ ଜିତିଲେ ପାକିସ୍ତାନୀ ପ୍ରଶଂସକ

ଏବେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଭାରତର ବ୍ଯାଟିଂ ସମୟରେ ସୋଏବ୍ ମଲ୍ଲିକ୍ ଫିଲ୍ଡିଂ ପାଇଁ ବାଉଣ୍ଡରୀରେ ଛିଡା ହୋଇଥିଲେ । ଏହି ସମୟରେ କିଛି ଭାରତୀୟ ପ୍ରଶଂସକ ସୋଏବଙ୍କୁ ’ଜିଜୁ – ଜିଜୁ’ ବୋଲି ଡାକିଥିଲେ । ଏହା ଶୁଣି ସୋଏବ୍ ପଛକୁ ଅନାଇ ପ୍ରଶଂସକଙ୍କୁ ହାତ ହଲାଇଥିଲେ । ଏବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭାରତୀୟଙ୍କୁ ଖୁବ୍ ପସନ୍ଦ ଆସିଛି ଜିଜୁ ଡାକରେ ସୋଏବଙ୍କ ଏମିତି ହାତ ହଲାଇବା । ସୋଏବଙ୍କ ବିବାହ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସହ ହୋଇଛି । ସେହି ଦୃଷ୍ଟିରୁ ଭାରତୀୟ ପ୍ରଶଂସକ ସୋଏବଙ୍କୁ ଜିଜୁ ବୋଲି ସମ୍ବୋଧନ କରିଥିଲେ । ଆଉ ବୋଧେ ସୋଏବଙ୍କୁ ମଧ୍ୟ ଏହା ପସନ୍ଦ ଆସିଥିଲା । ଅନ୍ୟପକ୍ଷରେ ସୋସି୍ଆଲ ମିଡିଆରେ କାଳେ କେହି ବାଜେ ମନ୍ତବ୍ୟ ଦେବେ ସେଥିଲାଗି ସୋଏବଙ୍କ ଭାରତୀୟ ପତ୍ନୀ ସାନିଆ ତାଙ୍କ ଟ୍ବିଟରକୁ ବନ୍ଦ ରଖିଛନ୍ତି ।

ଦେଖନ୍ତୁ ଏହି ଭିଡିଓ

KNews Bureau

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାମ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

3 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

5 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

9 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

10 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

15 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

23 mins ago