ଯେତେବେଳେ ’ଜିଜୁ – ଜିଜୁ’ କହି ସୋଏବଙ୍କୁ ଡାକିଲେ ଭାରତୀୟ ପ୍ରଶଂସକ, ତାପର ଦୃଶ୍ୟ ସୋସିଆଲ୍ ମିଡିଆରେ ହୋଇଗଲା ଭାଇରାଲ୍

ପାକିସ୍ତାନକୁ ଧୂଳି ଚଟାଇ ଏସିଆ କପ୍ ଫାଇନାଲରେ ପହଂଚିଲା ଭାରତ । ୯ ୱିକେଟରେ ପାକିସ୍ତାନକୁ ହରାଇ ଧମାକାଦାର ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ ।  ଗତ ୪ ଦିନ ଭିତରେ ପାକ ବିରୋଧରେ ଏହା ଟିମ ଇଣ୍ଡିଆର ଦ୍ୱିତୀୟ ବିଜୟ । ଗତ ବୁଧବାର ଭାରତ ଠାରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ବୀ ପାକିସ୍ତାନ ୮ ଓ୍ଵିକେଟରେ ହାରିଥିଲା । ତେବେ ଭାରତ – ପାକିସ୍ତାନ ମ୍ଯାଚ୍ ସମୟରେ ପଡିଆ ଭିତରେ ଏବଂ ପଡିଆ ବାହାରେ ଅନେକ ରୋମାଂଚକର ଦୃଶ୍ୟ ଦେଖିବାକୁ ମିଳେ । ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ଗତଥର ମ୍ଯାଚରେ ଜଣେ ପାକିସ୍ତାନୀ ପ୍ରଶଂସକଙ୍କ ମୁହଁରେ ଭାରତୀୟ ଜାତୀ୍ୟ ସଙ୍ଗୀତ ଶୁଣିବାକୁ ମିଳିଥିଲା । କୋଟି କୋଟି ଭାରତୀୟଙ୍କ ହୃଦୟ ଜିତି ନେଇଥିଲେ ଏହି ପାକିସ୍ତାନୀ ପ୍ରଶଂସକ । ପୁଣି ଭାରତୀୟ ବୋଲର ଚହଲ ପାକ୍ ବ୍ୟାଟସମ୍ୟାନଙ୍କ ଜୋତାର ଲେସ୍ ବାନ୍ଧିବା ଫଟୋ ବି ପ୍ରବଳ ସେୟାର ହୋଇଥିଲା ।

ଏହା ସହ ପଢନ୍ତୁ : ଏସିଆ କପରେ ଦୁର୍ଲଭ ଦୃଶ୍ୟ , ଭାରତର ଜାତୀୟସଙ୍ଗୀତ ଗାଇ ସମସ୍ତଙ୍କ ହୃଦୟ ଜିତିଲେ ପାକିସ୍ତାନୀ ପ୍ରଶଂସକ

sania _shoaibଏବେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଭାରତର ବ୍ଯାଟିଂ ସମୟରେ ସୋଏବ୍ ମଲ୍ଲିକ୍ ଫିଲ୍ଡିଂ ପାଇଁ ବାଉଣ୍ଡରୀରେ ଛିଡା ହୋଇଥିଲେ । ଏହି ସମୟରେ କିଛି ଭାରତୀୟ ପ୍ରଶଂସକ ସୋଏବଙ୍କୁ ’ଜିଜୁ – ଜିଜୁ’ ବୋଲି ଡାକିଥିଲେ । ଏହା ଶୁଣି ସୋଏବ୍ ପଛକୁ ଅନାଇ ପ୍ରଶଂସକଙ୍କୁ ହାତ ହଲାଇଥିଲେ । ଏବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭାରତୀୟଙ୍କୁ ଖୁବ୍ ପସନ୍ଦ ଆସିଛି ଜିଜୁ ଡାକରେ ସୋଏବଙ୍କ ଏମିତି ହାତ ହଲାଇବା । ସୋଏବଙ୍କ ବିବାହ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସହ ହୋଇଛି । ସେହି ଦୃଷ୍ଟିରୁ ଭାରତୀୟ ପ୍ରଶଂସକ ସୋଏବଙ୍କୁ ଜିଜୁ ବୋଲି ସମ୍ବୋଧନ କରିଥିଲେ । ଆଉ ବୋଧେ ସୋଏବଙ୍କୁ ମଧ୍ୟ ଏହା ପସନ୍ଦ ଆସିଥିଲା । ଅନ୍ୟପକ୍ଷରେ ସୋସି୍ଆଲ ମିଡିଆରେ କାଳେ କେହି ବାଜେ ମନ୍ତବ୍ୟ ଦେବେ ସେଥିଲାଗି ସୋଏବଙ୍କ ଭାରତୀୟ ପତ୍ନୀ ସାନିଆ ତାଙ୍କ ଟ୍ବିଟରକୁ ବନ୍ଦ ରଖିଛନ୍ତି ।

ଦେଖନ୍ତୁ ଏହି ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.